ରାଜ୍ୟରେ ଆଉ ୨୧୮ କୋରୋନା ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ଆଉ ୨୧୮ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୨୧୮ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧୨୭ ଓ ସ୍ଥାନୀୟ ଅଂଚଳରୁ ୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୨୮ ଜଣ ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୧୫, ସୁନ୍ଦରଗଡରୁ ୧୪, ମୟୂରଭଞ୍ଜରୁ ୭, ସମ୍ବଲପୁରରୁ ୭, ଗଞ୍ଜାମରୁ ୫, ଯାଜପୁରରୁ ୪, କେନ୍ଦ୍ରାପଡାରୁ ୩, ପୁରୀରୁ ୩, ଅନୁଗୁଳରୁ ୨, ଦେବଗଡରୁ ୨, ଜଗତସିଂହପୁରରୁ ୨, କଳାହାଣ୍ଡିରୁ ୨, ନୟାଗଡରୁ ୨, ବାଲେଶ୍ୱରରୁ ୧, ଭଦ୍ରକରୁ ୧, ଝାରସୁଗୁଡାରୁ ୧, କୋରାପୁଟରୁ ୧, ରାୟଗଡାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୧୧ଟି ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଷ୍ଟେଟ ପୁଲରୁ ୨୮ଟି ମାମଲା ଆସିଛି । ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୫୨ ହଜାର ୧୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୪୧ ହଜାର ୭୨୮ । ୧ ହଜାର ୯୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

COVID-19Odisha