ଚିତ୍ତରଂଜନ ପଲେଇ ମୃତ୍ୟୁ ମାମଲାର କ୍ରାଇମବ୍ରାଂଚ୍ ତଦନ୍ତ | News Room Odisha

ଚିତ୍ତରଂଜନ ପଲେଇ ମୃତ୍ୟୁ ମାମଲାର କ୍ରାଇମବ୍ରାଂଚ୍ ତଦନ୍ତ

ଭୁବନେଶ୍ୱର- ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତତ୍ତରଂଜନ ପଲେଇଙ୍କ ହତ୍ୟା ମାମଲାର ତଦନ୍ତ କ୍ରାଇମବ୍ରାଂଚ କରିବ । ଡିଜିପି ଅଭୟ କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଡିଜିପିଙ୍କ ନିର୍ଦ୍ଦେଶ ପରେ ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଛି କ୍ରାଇମବ୍ରାଂଚ୍ । ଜଣେ ଏଏସପିଙ୍କ ନେତୃତ୍ୱରେ ପାଇଁ ଆଜି ବ୍ରହ୍ମଗିରିରେ ତଦନ୍ତ ଆରମ୍ଭ କରିବ ଟିମ୍ । ଚିତ୍ତରଂଜନଙ୍କ ପଲାଇଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ପୁରୀ ସଦର ପୋଲିସ ପକ୍ଷରୁ ହତ୍ୟା ମାମଲା ରୁଜୁ ହୋଇଥିଲା । ଗତକାଲି ଚିତ୍ତରଂଜନଙ୍କ ପରିବାର ସଦସ୍ୟ ପୁରୀ ଏସପି କନୱର ବିଶାଲ ସିଂହଙ୍କୁ ଭେଟି ଘଟଣାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ଦାବି କରିଥିଲେ । ଗତକାଲି ଯୋଜନା ବୋର୍ଡ ଉପାଧ୍ୟକ୍ଷ ମଧ୍ୟ ଚିତ୍ତରଂଜନଙ୍କ ପିତା, ଭାଇ, ଭଉଣୀ ଓ ଦାଦାଙ୍କ ସହ ପୋଲିସ ଅଧିକାରୀଙ୍କୁ ଭେଟିଥିଲେ ଓ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ସେ ଏସପିଙ୍କ ସହ ଆଲୋଚନା କରି ମାମଲାର ସଠିକ ତଦନ୍ତ ପାଇଁ କହିଥିଲେ ।