ଆଜିଠୁ ଭୁବନେଶ୍ୱରରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀ | News Room Odisha

ଆଜିଠୁ ଭୁବନେଶ୍ୱରରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀ

ଭୁବନେଶ୍ୱର- ଆଜିଠାରୁ ଭୁବନେଶ୍ୱରରେ ୬୩ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀ ଆରମ୍ଭ ହେଉଛି । ଡିଜିପି ଅଭୟ ଭିସି ଜରିଆରେ ସମ୍ମିଳନୀକୁ ଉଦଘାଟନ କରିବେ । ଅପରାହ୍ନ ୩ଟାରେ ସମ୍ମିଳନୀ ଉଦଘାଟିତ ହେବ । ଏଥିରେ ସମସ୍ତ ଏସପି, ସଶସ୍ତ୍ର ବାହିନୀର କମାଣ୍ଡାଂଟ୍ ଯୋଗଦେବେ । ଅତିରିକ୍ତ ଡିଜି, ରେଂଜ୍ ଆଇଜି ଓ ଡିଆଇଜିମାନେ ବି ସମ୍ମିଲନୀରେ ଯୋଗ ଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମିଳନୀରେ ଶେଷଦିନରେ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି ।