ରାଜ୍ୟରେ ଆଉ ୧୫୪ କୋରୋନା ପଜିଟିଭ ଚିହ୍ନଟ | News Room Odisha

ରାଜ୍ୟରେ ଆଉ ୧୫୪ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୧୫୪ କୋରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟା ମଧ୍ୟରେ ସଙ୍ଗରୋଧରୁ ୯୧ ଓ ସ୍ଥାନୀୟ ଅଂଚଳରୁ ୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୨୬ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୯, କଟକ ଜିଲ୍ଲାରୁ ୨୦, ଦେବଗଡରୁ ୭, ଗଞ୍ଜାମରୁ ୪, ମୟୂରଭଞ୍ଜରୁ ୪, ଭଦ୍ରକରୁ ୩, ସମ୍ବଲପୁରରୁ ୩, ଢେଙ୍କାନାଳରୁ ୨, ଜଗତସିଂହପୁରରୁ ୨, ପୁରୀରୁ ୨, ଯାଜପୁରରୁ ୨, ସୁନ୍ଦରଗଡରୁ ୨, ବଲାଙ୍ଗୀରରୁ ୧, ବୌଦ୍ଧରୁ ୧, କଳାହାଣ୍ଡିରୁ ୧, ନୟାଗଡରୁ ୧, ରାୟଗଡାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩ ଜିଲ୍ଲାରୁ କୌଣସି ମାମଲା ଆସିନାହିଁ । ଷ୍ଟେଟ ପୁଲରୁ ୧୯ଟି ମାମଲା ରିପୋର୍ଟ ହୋଇଛି ।

COVID-19