ଚୋରା ବନ୍ଧୁକ କାରବାରର ପର୍ଦ୍ଦାଫାଶ, ୮ଟି ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ | News Room Odisha

ଚୋରା ବନ୍ଧୁକ କାରବାରର ପର୍ଦ୍ଦାଫାଶ, ୮ଟି ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଚୋରା ବନ୍ଧୁକ କାରବାରର ପର୍ଦ୍ଦାଫାଶ ହୋଇଛି । ଏସଟିଏଫ ଚୋରାବନ୍ଧୁକ କାରବାରର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ୮ଟି ଦେଶୀ ବନ୍ଧୁକ, ୭ ରାଉଣ୍ଡ ଗୁଳି ଜବତ କରିଛି । ଗିରଫ ବ୍ୟକ୍ତି ଜଣକ ହେଲେ ରତ୍ନାକର କାଲଟା । ସମ୍ବଲପୁର ସରପଲି ନାକଟିଦେଉଳରେ ତାଙ୍କ ର ବୋଲି ଜଣାପଡିଛି । ଅନୁଗୁଳ କେରଜଙ୍ଗ ନିକଟରେ ଚୋରାବନ୍ଧୁକ କାରବାର ହେଉଥିବା ନେଇ ସୂଚନା ମିଳିଲା ପରେ ଅନୁଗୁଳ ପୋଲିସ ସହାୟତାରେ ଚଢାଉ କରିଥିଲା ଏସଟିଏଫ ଟିମ୍ । ଏ ନେଇ ଛେଣ୍ଡିପଦା ଥାନାରେ ମାମଲା ରୁୁଜୁ ହୋଇଛି ।