ଏଣିକି ନକଲି ଶିକ୍ଷକଙ୍କୁ ନିସ୍ତାର ନାହିଁ , ମିଥ୍ୟା ପ୍ରମାଣପତ୍ରର ପ୍ରମାଣ ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ | News Room Odisha

ଏଣିକି ନକଲି ଶିକ୍ଷକଙ୍କୁ ନିସ୍ତାର ନାହିଁ , ମିଥ୍ୟା ପ୍ରମାଣପତ୍ରର ପ୍ରମାଣ ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର- ରାଜ୍ୟରେ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଶିକ୍ଷକଙ୍କୁ ଆଉ ତ୍ରାହି ନାହିଁ । ଏହି ନକଲି ଶିକ୍ଷକମାନଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ନେଇ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବିଇଓଙ୍କୁ ଚିଠି ଲେଖିଛନ୍ତି । ମିଥ୍ୟା ପ୍ରମାଣପତ୍ର ଦେଇ ଚାକିରି ପାଇଥିବା ଶିକ୍ଷକଙ୍କ ବିରୋଧରେ ପ୍ରମାଣ ମିଳିବା ମାତ୍ରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେମାନଙ୍କ ବିରୋଧରେ ଏତଲା ଦିଆଯିବା ସହ ଚାକିରିରୁ ବିଦା କରାଯିବ । ଏଥିସହ ନିଯୁକ୍ତି ବେଳେ ନକଲି ସାର୍ଟିଫିକେଟକୁ ପ୍ରଶ୍ରୟ ଦେଇ କାର୍ଯ୍ୟରେ ଅବହେଳେ କରିଥିବା ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ । ଶିକ୍ଷା ନିର୍ଦ୍ଦେଶକ, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଯେ କୌଣସି ବ୍ୟକ୍ତି ନକଲି ଶିକ୍ଷକ ବାବଦରେ ଅଭିଯୋଗ କରିପାରିବେ । ଅଭିଯୋଗ ପରେ ଶିକ୍ଷା ନିର୍ଦ୍ଦେଶକ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେବେ ।