ଜାତୀୟ ଓଡିଶା ମହିଳା ଓ ପୁରୁଷ ରଗବୀ ଦଳକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ | News Room Odisha

ଜାତୀୟ ଓଡିଶା ମହିଳା ଓ ପୁରୁଷ ରଗବୀ ଦଳକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର- ଜାତୀୟ ସିନିଅର ରଗବୀ ଚାମ୍ପିଅନସିପରେ ଓଡିଶା ମହିଳା ଦଳ ଚାମ୍ପିଅନ ହୋଇଛି । ଏଥିସହ ରାଜ୍ୟର ପୁରୁଷ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି । ଜାତୀୟ ପ୍ରତିଯୋଗିତାରେ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ରଗବୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ଏହି ସଫଳତା ପାଇଁ ସେ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ସୂଚନାଯୋଗ୍ୟ ଯେ, ରଗବୀ ଇଣ୍ଡିଆର ମିଳିତ ପୃଷ୍ଠପୋଷକ ଅଛନ୍ତି ରାଜ୍ୟ ସରକାର ।