ଗୀତ ମାହାତ୍ମ୍ୟ: କର୍ମନୈବ ହି ସଂସିଦ୍ଧିମାସ୍ଥିତା ଜନକାଦୟଃ । ଲୋକସଂଗ୍ରହମେବାପି ସଂପଶ୍ୟନ କର୍ତ୍ତୃମର୍ହସି।। | News Room Odisha

ଗୀତ ମାହାତ୍ମ୍ୟ: କର୍ମନୈବ ହି ସଂସିଦ୍ଧିମାସ୍ଥିତା ଜନକାଦୟଃ । ଲୋକସଂଗ୍ରହମେବାପି ସଂପଶ୍ୟନ କର୍ତ୍ତୃମର୍ହସି।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

କର୍ମନୈବ ହି ସଂସିଦ୍ଧିମାସ୍ଥିତା ଜନକାଦୟଃ ।
ଲୋକସଂଗ୍ରହମେବାପି ସଂପଶ୍ୟନ କର୍ତ୍ତୃମର୍ହସି।।

ହେ ଅର୍ଜୁନ ! ଜନକାଦି ଜ୍ଞାନୀମାନେ ମଧ୍ୟ ଆସକ୍ତି ରହିତ କର୍ମଦ୍ୱାରା ହିଁ ପରମସିଦ୍ଧି ପ୍ରାପ୍ତ ହୋଇଥିଲେ। ସେଥିପାଇଁ ତଥା ଲୋକ କଲ୍ୟାଣ ଦୃଷ୍ଟିରୁ ତୁମେ କର୍ମ କରିବା ଉଚିତ।

( ଗୀତା ୩ୟ ଅ। ୨୦ଶ ଶ୍ଲୋକ )