ମାର୍ଚ୍ଚରେ ଯୁକ୍ତ ଦୁଇ ପରୀକ୍ଷା ସମ୍ଭାବନା | News Room Odisha

ମାର୍ଚ୍ଚରେ ଯୁକ୍ତ ଦୁଇ ପରୀକ୍ଷା ସମ୍ଭାବନା

ଭୁବନେଶ୍ୱର-ଆସନ୍ତା ମାର୍ଚ୍ଚରେ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରାକ୍ ପ୍ରସ୍ତୃତି ଆରମ୍ଭ ହୋଇଛି । ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ପରୀକ୍ଷା ପ୍ରସ୍ତୁତି ନେଇ ଚିଠି ଲେଖାଯାଇଥିବା ଜଣାପଡିଛି । ଜାନୁଆରୀ ୧୦ ସୁଦ୍ଧା ତୃତୀୟ ତ୍ରୈ ମାସିକ ପରୀକ୍ଷା ଶେଷ କରିବାକୁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଛାତ୍ରଛାତ୍ରୀଙ୍କ ସମସ୍ତ ତ୍ରୈମାସିକ ପରୀକ୍ଷାର ମାର୍କ ସ୍ୱତନ୍ତ୍ର ଟାବୁଲେସନ ରେଜିଷ୍ଟରରେ ଉଲ୍ଲେଖ କରିବାକୁ କୁହାଯାଇଛି ।

ଏ ବର୍ଷ କୋରୋନାର ଘାତକ ଦ୍ୱିତୀୟ ଲହରୀ ଯୋଗୁଁ ପରୀକ୍ଷା ହୋଇ ପାରି ନ ଥିଲା । ଏଥର ଯଦି ତୃତୀୟ ଲହର ଆସେ , ତେବେ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ୩ଟି ତ୍ରୈମାସିକ ପରୀକ୍ଷା ଫଳ ଆଧାରରେ ମୂଲ୍ୟାୟନ କରିବା ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା ପ୍ରସ୍ତୁତ କରିଥିବା ଜଣାପଡିଛି ।