ଡେଲଟା ଅପେକ୍ଷା ଓମିକ୍ରନ୍ ତିନି ଗୁଣ ଅଧିକ ସଂକ୍ରାମକ, ରାଜ୍ୟମାନଙ୍କୁ ଚେତାଇଲା କେନ୍ଦ୍ର | News Room Odisha

ଡେଲଟା ଅପେକ୍ଷା ଓମିକ୍ରନ୍ ତିନି ଗୁଣ ଅଧିକ ସଂକ୍ରାମକ, ରାଜ୍ୟମାନଙ୍କୁ ଚେତାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଡେଲଟା ଅପେକ୍ଷା କରୋନାର ଓମିକ୍ରନ୍ ଭାରିଆଣ୍ଟ ଅତି କମରେ ତିନି ଗୁଣ ଅଧିକ ସଂକ୍ରାମକ। ଏଥିପାଇଁ ଜିଲ୍ଲା ଓ ସ୍ଥାନୀୟ ସ୍ତରରେ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ଗୁଡ଼ିକୁ ସକ୍ରିୟ କରିବାକୁ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ମଙ୍ଗଳବାର କେନ୍ଦ୍ର ନିର୍ଦ୍ଦେଶ ଦେଇଛି।

ରାଜ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ସଚିବ ରାଜେଶ ଭୂଷଣ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଲେଖିଥିବା ଏକ ଚିଠିରେ ନାଇଟ୍ କର୍ଫ୍ୟୁ ଲାଗୁ କରିବା, ବଡ଼ ସମାବେଶ ଉପରେ କଡ଼ା ନିୟମାବଳୀ, ବିବାହ ତଥା ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗଦେଉଥିବା ଲୋକଙ୍କ ସଂଖ୍ୟା ହ୍ରାସ କରିବା ଭଳି ପରାମର୍ଶ ପରାମର୍ଶ ଦେଇଛନ୍ତି।

ଦେଶର ବିଭିନ୍ନ ସ୍ଥାନରେ କୋଭିଡ୍-୧୯ ମାମଲାରେ ବୃଦ୍ଧି ହେବାର ପ୍ରାରମ୍ଭିକ ସଙ୍କେତ ଚିହ୍ନଟ କରିବା ସହିତ ଓମିକ୍ରନ୍ ମାମଲା ଚିହ୍ନଟ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଏହି ଚିଠିରେ କୁହାଯାଇଛି।

ଚିଠିରେ କୁହାଯାଇଛି ଯେ, ଜିଲ୍ଲା ସ୍ତରରେ କୋଭିଡ -୧୯ ଦ୍ୱାରା ପ୍ରଭାବିତ ଜନସଂଖ୍ୟା, ଭୌଗୋଳିକ ବିସ୍ତାର, ଡାକ୍ତରଖାନାର ଭିତ୍ତିଭୂମି ଏବଂ ଏହାର ବ୍ୟବହାର, ମାନବସମ୍ବଳ, କଣ୍ଟେଣ୍ଟମେଣ୍ଟ ଜୋନ୍, କଣ୍ଟେଣ୍ଟମେଣ୍ଟ ଜୋନର କାର୍ଯ୍ୟକାରିତା ଆଦି ଉପରେ କ୍ରମାଗତ ଭାବରେ ଏକ ସମୀକ୍ଷା ହେବା ଉଚିତ୍ | ଜିଲ୍ଲା ସ୍ତରରେ ବି ପ୍ରଭାବଶାଳୀ ନିଷ୍ପତ୍ତି ନେବା ନିଆଯିବା ଉଚିତ୍ ବୋଲି ରାଜ୍ୟ ମାନଙ୍କୁ କୁହାଯାଇଛି ।

Omicron Variant