ପଂଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର କରିବେ ରାଜ୍ୟ ସରକାର, ଆସନ୍ତା ୭ରେ ସାନି ତାଲିକା | News Room Odisha

ପଂଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର କରିବେ ରାଜ୍ୟ ସରକାର, ଆସନ୍ତା ୭ରେ ସାନି ତାଲିକା

ଭୁବନେଶ୍ୱର-ପଂଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର କରାଯିବ ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଜଣାଇଛନ୍ତି । ବିଜ୍ଞପ୍ତି ପ୍ରତ୍ୟାହାର ସହ ଆସନ୍ତା ୨୭ ତାରିଖରେ ସାନି ତାଲିକା ପ୍ରକାଶ କରାଯିବ ବୋଲି କୋର୍ଟଙ୍କୁ ଅବଗତ କରିଛନ୍ତି ରାଜ୍ୟ ସରକାର । ଏହାପରେ ଜାନୁଆରୀ ୩ ସୁଦ୍ଧା ସଂରକ୍ଷଣ ନେଇ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ । ଜାନୁଆରୀ ୫ ସୁଦ୍ଧା ଅଭିଯୋଗର ସମାଧାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୭ ତାରିଖରେ ସଂରକ୍ଷଣ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଚୂଡାନ୍ତ ତାଲିକା ଦିଆଯିବ । ମାର୍ଚ୍ଚ ୮ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି ।