ରାଜ୍ୟରେ ଆଉ ଦୁଇ ଓମିକ୍ରନ ସଂକ୍ରମିତ ଚିହ୍ନଟ | News Room Odisha

ରାଜ୍ୟରେ ଆଉ ଦୁଇ ଓମିକ୍ରନ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଆଉ ୨ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଆଉ ୨ ଓମିକ୍ରନ ସଂକ୍ରମିତ ହୋଇଥିବା ନେଇ ଆଇଏଲଏସ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଛି । ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୧୧ ବର୍ଷ ବୟସର ହୋଇଥିବା ବେଳେ ଆଉ ଜଣଙ୍କୁ ୧୫ ବର୍ଷ । ସେମାନେ ନାଇଜେରିଆରୁ ଫେରିଥିଲେ । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଦୁଇ ଜଣଙ୍କର ଚିକିତ୍ସା ଚାଲିଥିବା ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି ।

OdishaOmicron Variant