ଉଠାଦୋକାନୀଙ୍କୁ କୋଭିଡ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ, ୭୦ଟି ସହରରେ ଭେଣ୍ଡିଂ ଜୋନ୍ ପାଇଁ ଘୋଷଣା | News Room Odisha

ଉଠାଦୋକାନୀଙ୍କୁ କୋଭିଡ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ, ୭୦ଟି ସହରରେ ଭେଣ୍ଡିଂ ଜୋନ୍ ପାଇଁ ଘୋଷଣା

ଭୁବନେଶ୍ୱର- ରାଜ୍ୟର ଉଠା ଦୋକାନୀଙ୍କୁ ମିଳିଲା କୋଭିଡ ସହାୟତା । ୧ ଲକ୍ଷ ୧ ହଜାର ଉଠାଦୋକାନୀ ଓ ରାସ୍ତାକଡର ଦୋକାନୀଙ୍କୁ ରାଜ୍ୟ ସରକାର କୋଭିଡ ସହାୟତା ପ୍ରଦାନ କରିଛନ୍ତି । ସବୁ ହିତାଧିକାରୀଙ୍କୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ । ସହରାଂଚଳରେ ଥିବା ଉଠାଦୋକାନୀଙ୍କ ପାଇଁ ୩୦ କୋଟିର ଅଧିକ ଟଙ୍କା ଦିଆଯିବ । ରାଜ୍ୟର ୭୦ଟି ସହରରେ ଉଠା ଦୋକାନୀଙ୍କ ପାଇଁ ଭେଣ୍ଡିଂ ଜୋନ୍ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟକ ପ୍ରଦାନ ଶୁଭାରମ୍ଭ ଅବସରରେ କହିଛନ୍ତି । ଉଠା ଦୋକାନୀଙ୍କ ଜୀବିକାର ସୁରକ୍ଷା ପାଇଁ ସହାୟତା ପ୍ରଦାନ କରାଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା । କୋଭିଡ ସମୟରେ ରାସ୍ତାକଡର ବିକାଳୀଙ୍କ କଷ୍ଟ ଅନୁଭବ ସେ ଅନୁଭବ କରିଛନ୍ତି । ତେଣୁ ସେମାନଙ୍କ ଜୀବିକାର ସୁରକ୍ଷା ପାଇଁ ସରକାର ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାପୂର୍ବରୁ ପଂଜିକୃତ ଉଠା ଦୋକାନୀଙ୍କୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ଦେଇଥିଲେ ରାଜ୍ୟ ସରକାର ।