ସବୁ ପଜିଟିଭ ମାମଲାର ଜିନୋମ ସିକ୍ୱେନସିଂ ହେବ : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ | News Room Odisha

ସବୁ ପଜିଟିଭ ମାମଲାର ଜିନୋମ ସିକ୍ୱେନସିଂ ହେବ : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ଓମିକ୍ରନ ଆତଙ୍କ ମଧ୍ୟରେ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି । ସଂକ୍ରମଣ ରୋକିବା ପାଇଁ ଭିଡ ନିୟନ୍ତ୍ରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଓମିକ୍ରନର ପ୍ରଭାବ ଘାତକ ହୋଇ ନ ପାରେ ବୋଲି ଦୁଇଟି ଅଧ୍ୟୟନରୁ ଜଣାପଡିଛି । ତେବେ ପୂର୍ବପରି ଆମକୁ ସଜାଗ ରହିବାକୁ ହେବ । ସେ ଆହୁରି ସୂଚନା ଦେଇ କହିଛନ୍ତି ଯେ, ଏବେ ଯେତେ ପଜିଟିଭ ମାମଲା ଆସିବ, ସେସବୁ ଜିନୋମ ସିକ୍ୱେନସିଂ ପାଇଁ ପଠାଯିବ ।