ରାଜ୍ୟରେ ୩୭ ଲକ୍ଷ ଲୋକ ନେଇନାହାନ୍ତି ପ୍ରଥମ ଡୋଜ୍ ଟିକା, ଜାନୁଆରୀ ୧୫ ସୁଦ୍ଧା ଦିଆଯିବାକୁ ଲକ୍ଷ୍ୟ | News Room Odisha

ରାଜ୍ୟରେ ୩୭ ଲକ୍ଷ ଲୋକ ନେଇନାହାନ୍ତି ପ୍ରଥମ ଡୋଜ୍ ଟିକା, ଜାନୁଆରୀ ୧୫ ସୁଦ୍ଧା ଦିଆଯିବାକୁ ଲକ୍ଷ୍ୟ

ଭୁବନେଶ୍ୱର- ରାଜ୍ୟରେ ଘରକୁ ଘର କୋଭିଡ ଟିକାକରଣ ଜାରି ରହିଛି । ଆଜି ସୁଦ୍ଧା ରାଜ୍ୟରେ ୪ କୋଟି ୮୨ ଲକ୍ଷରୁ ଅଧିକ ଟିକା ଦିଆଯାଇଥିବା ବେଳେ ୨ କୋଟି ୮୮ ଲକ୍ଷ ପ୍ରଥମ ଡୋଜ୍ ଦିଆଯାଇଛି, ଯାହା କି ୮୯ ପ୍ରତିଶତ । ୩୭ ଲକ୍ଷ ଲୋକ ପ୍ରଥମ ଡୋଜ୍ ଟିକା ଏ ଯାଏଁ ନେଇ ନ ଥିବା ବେଳେ ୩୧ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ନେଇନାହାନ୍ତି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ତେବେ, ଜାନୁଆରୀ ୧୫ ତାରିଖ ସୁଦ୍ଧା ପ୍ରଥମ ଡୋଜ୍ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ଟିକା ମହଜୁଦ ହୋଇ ରହିଛି । ଗାଁ ଗାଁରେ ମୋବାଇଲ ଭ୍ୟାନ ବୁଲିବା ସହ ଟିକାକରଣ କରାଯାଉଥିବା ନେଇ ସେ କହିଛନ୍ତି । ଟିକା ନେଇ ନ ଥିବା ଲୋକଙ୍କୁ ଚିହ୍ନଟ କରାଯାଇ ଟିକା ନେବା ପାଇଁ ଆଶାକର୍ମୀମାନେ ଅନୁରୋଧ କରୁଛନ୍ତି । ସେପଟେ ଓମିକ୍ରନ ଦୃଷ୍ଟିରେ ରଖି ସର୍ଭିଲାନଓ ଜୋରଦାର କରାଯାଉଛି ।