ବଡଦିନ ଓ ନୂଆବର୍ଷ ପାଳନ କଟକଣା ଅବଧିରେ ସଂଶୋଧନ | News Room Odisha

ବଡଦିନ ଓ ନୂଆବର୍ଷ ପାଳନ କଟକଣା ଅବଧିରେ ସଂଶୋଧନ

ଭୁବନେଶ୍ୱର- ବଡଦିନ ଓ ନୂଆବର୍ଷ ପାଳନ କଟକଣା ଅବଧି ସଂଶୋଧନ କରାଯାଇଛି । ଏ ନେଇ ସ୍ୱତନ୍ତ୍ର ରିଲିଫ କମିଶନର-ଏସଆରସିଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି । ଡିସେମ୍ବର ୨୫ରୁ ଜାନୁଆରୀ ୨ ଯାଏଁ ପୂର୍ବ କଟକଣାରେ ସଂଶୋଧନ କରାଯାଇଛି । କେବଳ ବଡଦିନ ଉପଲକ୍ଷେ ଆଜି କଟକଣା ରହିବ । ପୁଣି ନୂଆବର୍ଷକୁ ଦେଖି ଡିସେମ୍ବର ୩୧ରୁ ଜାନୁଆରୀ ୨ ଯାଏଁ କଟକଣା ରହିବ । ପୂର୍ବରୁ ଡିସେମ୍ବର ୨୫ରୁ ଜାନୁଆରୀ ୨ ଯାଏ କଟକଣା ନୋଟିସ ଜାରି ହୋଇଥିଲା ।