ଭୁବନେଶ୍ୱର- ଆସନ୍ତାକାଲି ବିଜେଡି ପ୍ରତିଷ୍ଠା ଦିବସ ପାଳନ କରିବ । ପ୍ରତିଷ୍ଠା ଦିବସ ପୂର୍ବରୁ ଦଳର କାର୍ଯ୍ୟକାରିଣୀରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ ହୋଇଛି । ପ୍ରସ୍ତାବ ଅନୁସାରେ ଆଗାମୀ ପଂଚାୟତ ଓ ପୌର ନିର୍ବାଚନରେ ବିଜେଡି ୪୦ ପ୍ରତିଶତ ଓବିସିଙ୍କୁ ଟିକେଟ ଦେବ । ଦଳର କାର୍ଯ୍ୟକାରିଣୀରେ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶ ଏ ସଂପର୍କିତ ପ୍ରସ୍ତାବ ଆଗତ କରିଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ପ୍ରସ୍ତାବ ଗୃହୀତ ହୋଇଛି ।