ରାଜ୍ୟରେ ଆଉ ୧୧୨ କୋରୋନା ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ଆଉ ୧୧୨ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୧୧୨ କୋରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟା ମଧ୍ୟରେ ସଙ୍ଗରୋଧରୁ ୬୭ ଓ ସ୍ଥାନୀୟ ଅଂଚଳରୁ ୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ ବୟସର ୧୭ ଜଣ ମଧ୍ୟ କୋରୋନା ସଂକ୍ରମିତ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬, କଟକରୁ ୧୩, ସୁନ୍ଦରଗଡରୁ ୫, ଗଜପତରୁ ୩, ଜଗତସିଂହପୁରରୁ ୩, କେନ୍ଦ୍ରାପଡାରୁ ୩, ସମ୍ବଲପୁରରୁ ୩, ବାଲେଶ୍ୱରରୁ ୨, ଗଞ୍ଜାମରୁ ୨, ଯାଜପୁରରୁ ୨, ଝାରସୁଗୁଡାରୁ ୨, ପୁରୀରୁ ୨, ମୟୂରଭଞ୍ଜରୁ ୧, ନୟାଗଡରୁ ୧, ରାୟଗଡାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୪ଟି ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ୍ ପୁଲରୁ ଚିହ୍ନଟ ହୋଇଛନ୍ତି ୧୨ ଆକ୍ରାନ୍ତ ।

ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୫୩ ହଜାର ୮୮୧ ଲୋକ କୋରୋନାରେ ସଂକ୍ରମିତ ହୋଇସାରିଛନ୍ତି । ୧୦ ଲକ୍ଷ ୪୩ ହଜାର ୭୮୨ ସୁସ୍ଥ ହୋଇଛନ୍ତି । ସକ୍ରିୟ ମାମଲା ୧ ହଜାର ୫୯୪ ରହିଛି ।

COVID-19Odisha