ଓଡିଶା କୃଷି ଓଭରସିଓର ସଂଘର ଦ୍ଵିବାର୍ଷିକ ସମ୍ମିଳନୀ, ତୁଷାରକାନ୍ତି ମହାନ୍ତି ନୂତନ ସଭାପତି ଭାବେ ନିର୍ବାଚିତ | News Room Odisha

ଓଡିଶା କୃଷି ଓଭରସିଓର ସଂଘର ଦ୍ଵିବାର୍ଷିକ ସମ୍ମିଳନୀ, ତୁଷାରକାନ୍ତି ମହାନ୍ତି ନୂତନ ସଭାପତି ଭାବେ ନିର୍ବାଚିତ

ଭୁବନେଶ୍ବର: ଓଡିଶା କୃଷି ଓଭରସିଓର ସଂଘର ଦ୍ଵିବାର୍ଷିକ ସମ୍ମିଳନୀ ଭୁବନେଶ୍ବର IMAGE ସଭା ଗୃହରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତୁଷାରକାନ୍ତି ମହାନ୍ତି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।

ସଂଘର ବିଦାୟୀ ସଭାପତି ଶାନ୍ତନୁ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ମିଳନୀରେ ସମ୍ମାନୀୟ ଅତିଥ ଭାବେ ପୂର୍ବତନ ସଭ୍ୟ ସମୀର ଆଚାର୍ଯ୍ୟ ଯୋଗଦେଇଥିଲେ ।

ସଂଘର କାର୍ଯ୍ୟାଳୟ ସଂପାଦକ ବିନୋଦ କୁମାର ମହାନ୍ତି ବିବରଣୀ ପାଠ କଲା ପରେ ନିର୍ଦ୍ଧାରିତ କାର୍ଯ୍ୟସୂଚି ଅନୁଯାଇ ସଂଘର କର୍ମକର୍ତା ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ନିର୍ବାଚନ ପରିଚାଳନା କରିଥିଲେ ସମୀର ଆଚାର୍ଯ୍ୟ , ଶାନ୍ତନୁ କୁମାର ପଣ୍ଡା , କଳିଙ୍ଗ କିଶୋର ମହାନ୍ତି ଓ ରଂଞନ କୁମାର ମହାନ୍ତି ।

ନିର୍ବାଚନ ପ୍ରକ୍ରିୟା ପରିଶେଷରେ ତୁଷାରକାନ୍ତି ମହାନ୍ତି ସଭାପତି , ଗୋଲକ ଚନ୍ଦ୍ର ସାହୁ ଉପସଭାପତି , ପ୍ରମୋଦ କୁମାର ପ୍ରଧାନ , ସାଧାରଣ ସଂପାଦକ , ଦିଲ୍ଲିପ କୁମାର ଗୁରୁ ସଂଗଠନ ସଂପାଦକ , ଅମୟ କୁମାର ରାଉତ କାର୍ଯ୍ୟାଳୟ ସଂପାଦକ , ସଂଞ୍ଜୟ କୁମାର ଚୌଧୁରୀ କୋଷାଧ୍ୟକ୍ଷ ଓ ସମରେନ୍ଦ୍ର ମହାନ୍ତି ସମୀକ୍ଷକ ଭାବେ ନିର୍ବାଚିତ ହୋଇଥିଲେ ।
ନବ ନିର୍ବାଚିତ ସଂଘର କର୍ମକର୍ତ୍ତାମାନେ ଇଶ୍ବରଙ୍କ ନାମରେ ଶପଥ ନେଇ ସଂଘର ଉତ୍ତରୋତ୍ତର ଉନ୍ନତି କରିବା ପାଇଁ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ ।