ମାଲକାନଗିରି ଜିଲ୍ଲାରେ ମାଓବାଦୀ ଷଡଯନ୍ତ୍ର ପଣ୍ଡ, ସ୍ୱାଭିମାନ ଅଂଚଳରେ ୩ଟି ଲ୍ୟାଣ୍ଡମାଇନ ଠାବ | News Room Odisha

ମାଲକାନଗିରି ଜିଲ୍ଲାରେ ମାଓବାଦୀ ଷଡଯନ୍ତ୍ର ପଣ୍ଡ, ସ୍ୱାଭିମାନ ଅଂଚଳରେ ୩ଟି ଲ୍ୟାଣ୍ଡମାଇନ ଠାବ

ମାଲକାନଗିରି – ମାଲକାନଗିରି ଜିଲ୍ଲାରେ ଆତଙ୍କବାଦୀଙ୍କ ଏକ ବଡଧରଣର ଆକ୍ରମଣ ଷଡଯନ୍ତ୍ରକୁ ପଣ୍ଡ କରିଦେଇଛି ବିଏସଏଫ । ସ୍ୱାଭିମାନ ଅଂଚଳରୁ ୩ଟି ଲ୍ୟାଣ୍ଡମାଇନ ଠାବ କରିଛି ବିଏସଏଫ । କମ୍ବିଂ ଅପରେସନ ବେଳେ ତେନ୍ତୁଳିପଦର ଗାଁ ନିକଟରୁ ୩ଟି ଲ୍ୟାଣ୍ଡମାଇନ ଠାବ ହୋଇଥିଲେ । ବିଏସଏଫ ଯବାନମାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ବୋମା ଖଂଜିଯାଇଥିବା ଅନୁମାନ କରାଯାଉଛି । ଘଟଣାର ତନାଘନା ଚାଲିଛି ।