ପଶ୍ଚିମ ଓଡିଶା ବିକାଶ ପରିଷଦର ବୈଠକ, ଅନେକ ପ୍ରସଙ୍ଗ ଉପରେ ଆଲୋଚନା ଜାରି | News Room Odisha

ପଶ୍ଚିମ ଓଡିଶା ବିକାଶ ପରିଷଦର ବୈଠକ, ଅନେକ ପ୍ରସଙ୍ଗ ଉପରେ ଆଲୋଚନା ଜାରି

ଭୁବନେଶ୍ୱର- ସ୍ଥାନୀୟ ରାଜୀବ ଭବନରେ ପଶ୍ଚିମ ଓଡିଶା ବିକାଶ ପରିଷଦର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ଅସିତ ତ୍ରିପାଠୀ ପରିଷଦର ଅଧ୍ୟକ୍ଷ ହେବା ପରେ ଏହା ହେଉଛି ପ୍ରଥମ ବୈଠକ । ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଖର୍ଚ୍ଚ ପାଣ୍ଠି ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ଆଲୋଚନା ହେବ । ପରିଷଦର ଅନ୍ୟାନ୍ୟ ସଦସ୍ୟ ଆଜିର ବୈଠକରେ ଉପସ୍ଥିତ ଅଛନ୍ତି ।