ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ ସୁସ୍ଥ | News Room Odisha

ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ ସୁସ୍ଥ

କଟକ- ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତାଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଆକ୍ରାନ୍ତ ଜଣକ ନାଇଜେରିଆରୁ ଫେରିଥିଲେ । ଗତ ୧୭ ତାରିଖରେ ଓମିକ୍ରନ ଆକ୍ରାନ୍ତ ହେବା ପରେ ହସପିଟାଲରେ ସେ ଭର୍ତ୍ତି ହୋଇଥିଲେ । ତାଙ୍କର କୌଣସି ଲକ୍ଷଣ ନ ଥିଲା । ତାଙ୍କର ଦୁଇ ଥର କୋଭିଡ ଟେଷ୍ଟ କରାଯାଇଥିଲା । ରିପୋର୍ଟ ନେଗେଟିଭ ଆସିବାରୁ ତାଙ୍କୁ ଡିସଚାର୍ଜ କରାଯାଇଛି । ତେବେ, ତାଙ୍କୁ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି ।