ହାତୀ ମୃତ୍ୟୁ ନେଇ ବନ ବିଭାଗ ଓ ରେଳ ବିଭାଗ ମଧ୍ୟରେ ବୈଠକ | News Room Odisha

ହାତୀ ମୃତ୍ୟୁ ନେଇ ବନ ବିଭାଗ ଓ ରେଳ ବିଭାଗ ମଧ୍ୟରେ ବୈଠକ

ଭୁବନେଶ୍ୱର- ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣାକୁ ନେଇ ପୂର୍ବତଟ ରେଳବାଇର ବରିଷ୍ଠ ଅଧିକାରୀ ଓ ପିସିସିଏଫ ଶଶୀ ପଲ୍‌ଙ୍କ ମଧ୍ୟରେ ବୈଠକ ହୋଇଛି । କେଉଁ କାରଣରୁ ଟ୍ରେନ ଧକ୍କାରେ ହାତୀଙ୍କର ପ୍ରାଣ ଗଲା, ସେ ନେଇ ଆଜି ସଂଧ୍ୟାରେ ଦୁଇ ସିସିଏଉ ତଦନ୍ତ ରିପୋର୍ଟ ଦେବେ । ଭୂଷଣ୍ଢପୁରରେ ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣାର ତଦନ୍ତ ଆସନ୍ତା ୩୦ ତାରିଖରେ ହେବ । ସିସିଏଫ ଓ ରେଳ ବିଭାଗର ଅଧିକାରୀ ଘଟଣାସ୍ଥଳକୁ ଯାଇ ମିଳିତ ଭାବେ ହାତୀ ମୃତ୍ୟୁ ଘଟଣାର ପୁନଃ ତଦନ୍ତ କରିବେ । ଦୁଇ ଦିନ ତଳେ ଭୂଷଣ୍ଢପୁର ଷ୍ଟେସନ ନିକଟରେ ହାତୀକୁ ଦେଖିଲା ପରେ ଇମର୍ଜନସି ବ୍ରେକ୍ ମାରିଥିଲେ ଲୋକୋ ପାଇଲଟ । ହାତୀର ଗତିବିଧି ନେଇ ରେଳ ବିଭାଗ ପାଖରେ ଖବର ଥିଲା । ହାତୀଙ୍କୁ ସୁରକ୍ଷା ଦେବା ପାଇଁ ନୂଆ ବ୍ୟବସ୍ଥା କରାଯିବ ବୋଲି ରେଳବାଇ ଅଧିକାରୀ କହିଛନ୍ତି ।