ଯଦି ଆସେ, ରାଜ୍ୟରେ ଫେବ୍ରୁଆରୀରେ ଶୀର୍ଷ ଛୁଇଁ ହୋଇପାରେ ତୃତୀୟ ଲହର : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ | News Room Odisha

ଯଦି ଆସେ, ରାଜ୍ୟରେ ଫେବ୍ରୁଆରୀରେ ଶୀର୍ଷ ଛୁଇଁ ହୋଇପାରେ ତୃତୀୟ ଲହର : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ଫେବ୍ରୁଆରୀରେ ଶୀର୍ଷ ଛୁଇଁପାରେ କୋରୋନାର ତୃତୀୟ ଲହର । ଆଇସିଏମଆର୍ ପକ୍ଷରୁ ଏହି ଅନୁମାନ କରାଯାଇଛି । ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ପ୍ରଥମ ଓ ଦ୍ୱିତୀୟ ଲହର ୨ ମାସ ବିଳମ୍ବରେ ଆସିଥିଲା । ଆଇସିଏମଆର୍ ଆକଳନ ଅନୁସାରେ ଯଦି ତୃତୀୟ ଲହର ଆସେ, ଖୁବଶୀଘ୍ର ଓଡିଶା ଆସିବ । ଫେବ୍ରୁଆରୀ ମାସ ଶେଷ ବେଳକୁ ଏହା ପିକ୍ ନେଇପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ସରକାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତ । ସର୍ଭିଲାନ୍ସ, ଟେଷ୍ଟିଂ, ଟ୍ରିଟମେଂଟ ଓ ଟିକାକରଣ ଉପରେ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଉଛି ବୋଲି ସେ କହିଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରଖାଯାଇଛି । ରାଜ୍ୟର ସଙ୍ଗରୋଧ ସମୟ ୧୪ ଦିନ ରହିଛି । ଏହା ପରିବର୍ତ୍ତନ ହୋଇଛି ବୋଲି ସେ କହିଛନ୍ତି ।

COVID-19Odisha