ଭୁବନେଶ୍ୱର – ରାଜ୍ୟରେ ଜାନୁଆରୀ ୩ ତାରିଖରୁ ପ୍ରଥମରୁ ପଂଚମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଏହି ସୂଚନା ଦେଇଛନ୍ତି । ପିଲାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ପୂର୍ବ ଏସଓପି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ୍ ଆସିବାକୁ ଚାହୁଁ ନ ଥିବା ପିଲାଏ ଅନଲାଇନ କ୍ଲାସ କରିପାରିବେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗଣଶିକ୍ଷା ମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ବିରତି ବିନା ବିଦ୍ୟାଳୟଗୁଡିକ ସକାଳ ୯ରୁ ମଧ୍ୟାହ୍ନ ୧୨ଟା ଯାଏଁ କ୍ଲାସ କରିପାରିବେ । ମଧ୍ୟାହ୍ନ ଭୋଜନରେ ପୂର୍ବ ପରି ଶୁଖିଲା ଖାଦ୍ୟ ଯୋଗାଣ ଜାରି ରହିବ ।