କୋଭିଡ ବିରୋଧୀ ଲଢେଇରେ ଆଉ ଏକ ମାଇଲଖୁଣ୍ଟ, ରାଜ୍ୟରେ ୨ କୋଟିରୁ ଅଧିକ ଲୋକ ନେଲେଣି ୨ ଡୋଜ୍ ଟିକା | News Room Odisha

କୋଭିଡ ବିରୋଧୀ ଲଢେଇରେ ଆଉ ଏକ ମାଇଲଖୁଣ୍ଟ, ରାଜ୍ୟରେ ୨ କୋଟିରୁ ଅଧିକ ଲୋକ ନେଲେଣି ୨ ଡୋଜ୍ ଟିକା

ଭୁବନଶ୍ୱେର- କୋଭିଡ ବିରୋଧୀ ଲଢେଇରେ ଆଉ ଏକ ସଫଳତାର ମାଇଲଖୁଂଟ ଅତିକ୍ରମ କରିଛି ଓଡିଶା । ରାଜ୍ୟରେ ୨ କୋଟିରୁ ଅଧିକ ଲୋକଙ୍କ ସଂପୂର୍ଣ୍ଣ ଟିକାକରଣ ହୋଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯିବା ସହ କୋଭିଡ ବିରୋଧୀ ଲଢେଇରେ ସହଯୋଗ ଓ ସମର୍ଥନ ପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛି ।