ରାଜ୍ୟରେ ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତିରେ ପରିବର୍ତ୍ତନ ହୋଇପାରେ : ଡିଏମଇଟି | News Room Odisha

ରାଜ୍ୟରେ ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତିରେ ପରିବର୍ତ୍ତନ ହୋଇପାରେ : ଡିଏମଇଟି

ଭୁବନେଶ୍ୱର- ଜାନୁଆରୀ ୩ ତାରିଖରୁ ରାଜ୍ୟରେ ପ୍ରଥମରୁ ପଂଚମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିବଦଳିପାରେ । ଡିଏମଇଟି ରମାରମଣ ମହାନ୍ତି ଏହି ସମ୍ଭାବନା ବ୍ୟକ୍ତ କରିଛନ୍ତି । ପ୍ରଥମରୁ ପଂଚମ ପିଲାଙ୍କ ସ୍କୁଲ୍ ଖୋଲିବା ପାଇଁ ଗତକାଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଥିଲା । ହେଲେ ସରକାର ପୂର୍ବ ସ୍ଥିତିକୁ ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ନେଇପାରିଥାନ୍ତି ବୋଲି ଡିଏମଇଟି କହିଛନ୍ତି । ତେବେ, ଗତ ୭ ଦିନ ମଧ୍ୟରେ ରାଜ୍ୟରେ ସ୍ଥିତି ବଦଳି ଯାଇଛି । ଓମିକ୍ରନ ଭୟ ରାଜ୍ୟକୁ ଗ୍ରାସିଛି । ରାଜ୍ୟରେ ମଧ୍ୟ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ରାଜ୍ୟ ସରକାର ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳାଇପାରନ୍ତି । ସରକାର ଠିକ ସମୟରେ ଠିକ୍ ନିଷ୍ପତ୍ତି ନେବେ ବୋଲି ଡିଏମଇଟି କହିଛନ୍ତି ।