ଅଦିନିଆ ବର୍ଷା ଯୋଗୁଁ ଫସଲ ହାନି ଘଟଣା, କ୍ଷତିଗ୍ରସ୍ତ ଚାଷୀଙ୍କ ସହ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଆଲୋଚନା | News Room Odisha

ଅଦିନିଆ ବର୍ଷା ଯୋଗୁଁ ଫସଲ ହାନି ଘଟଣା, କ୍ଷତିଗ୍ରସ୍ତ ଚାଷୀଙ୍କ ସହ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଆଲୋଚନା

ବରଗଡ: ଅଦିନିଆ ବର୍ଷାରେ ବ୍ୟାପକ ଫସଲ ହାନି ହୋଇଥିବା ସୋହେଲା ବ୍ଲକ ପିପିଲିପାଲି ଗାଁକୁ ଯାଇ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ। ତୁରନ୍ତ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୋହେଲା ବ୍ଲକର ପିପିଲିପାଲି ଗାଁ ପନିପରିବା ଚାଷ ପାଇଁ ପ୍ରସିଦ୍ଧ ଅଟେ। ବିଶେଷ କରି ଫୁଲକୋବି ଓ ବନ୍ଧାକୋବି ଚାଷ ବହୁ ଚାଷୀ କରିଥିବା ବେଳେ କରାମାଡରେ ତାହା ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏନେଇ ସୂଚନା ପାଇବା ପରେ ମନ୍ତ୍ରୀ ଶ୍ରୀ ସିଂ ଉକ୍ତ ଗାଁକୁ ଆସି ସ୍ଥିତିର ଅନୁଧ୍ୟାନ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିବା ପରେ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।