ଗୀତା ମାହାତ୍ମ୍ୟ: ପ୍ରକୃତେର୍ଗୁଣସମ୍ମୁଢା ସଜ୍ଜନ୍ତେ ଗୁଣକର୍ମସୁ। ତାନକ୍ରୁତ୍ସ୍ନବିଦୋ ମନ୍ଦାନ କ୍ରୁତ୍ସ୍ନବିନ୍ନ ବିଚାଳୟେତ।। | News Room Odisha

ଗୀତା ମାହାତ୍ମ୍ୟ: ପ୍ରକୃତେର୍ଗୁଣସମ୍ମୁଢା ସଜ୍ଜନ୍ତେ ଗୁଣକର୍ମସୁ। ତାନକ୍ରୁତ୍ସ୍ନବିଦୋ ମନ୍ଦାନ କ୍ରୁତ୍ସ୍ନବିନ୍ନ ବିଚାଳୟେତ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

ପ୍ରକୃତେର୍ଗୁଣସମ୍ମୁଢା ସଜ୍ଜନ୍ତେ ଗୁଣକର୍ମସୁ।
ତାନକ୍ରୁତ୍ସ୍ନବିଦୋ ମନ୍ଦାନ କ୍ରୁତ୍ସ୍ନବିନ୍ନ ବିଚାଳୟେତ।।

ହେ ମହାବାହୁ ! ପ୍ରକୃତିର ଗୁଣମାନଙ୍କ ଦ୍ୱାରା ଅତ୍ୟନ୍ତ ମୋହିତ ହୋଇଥିବା ମନୁଷ୍ୟମାନେ ଗୁଣମାନଙ୍କରେ ଓ କର୍ମମାନଙ୍କରେ ଆସକ୍ତ ରହନ୍ତି; ପୂର୍ଣ୍ଣ ଭାବରେ ବୁଝି ନ ଥିବା ସେହି ମନ୍ଦବୁଦ୍ଧି ଅଜ୍ଞାନୀ ମାନଙ୍କୁ ପୂର୍ଣ୍ଣ ଭାବରେ ଜାଣିଥିବା ଜ୍ଞାନୀ ବିଚଳିତ କରିବା ଉଚିତ ନୁହେଁ।

( ଗୀତା ୩ୟ ଅ। ୨୯ଶ ଶ୍ଲୋକ )