୫ ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ସଂପର୍କରେ ମିଳିଲା ସଂପୂର୍ଣ୍ଣ ତଥ୍ୟ | News Room Odisha

୫ ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ସଂପର୍କରେ ମିଳିଲା ସଂପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର – ରାଜ୍ୟରେ ଚିହ୍ନଟ ହୋଇଥିବା ୫ ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ସଂପର୍କରେ ସଂପୂର୍ଣ୍ଣ ସୂଚନା ଦେଇଛନ୍ତି ସରକାର । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୪ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି । ସମସ୍ତ ଆକ୍ରାନ୍ତଙ୍କ ବୟସ ୨୨ରୁ ୪୪ ବର୍ଷ ମଧ୍ୟରେ ରହିଛି । ଚାରି ଜଣ କାତାର, କଙ୍ଗୋ, ୟୁଏଇରୁ ଫେରିଥିବା ସୂଚନା ମିଳିଥିବା ବେଳେ ଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ନାହିଁ । ସେହି ବ୍ୟକ୍ତି ଜଣକ ରାୟପୁର ଓ ହାଇଦ୍ରାବାଦ ଯାଇଥିଲେ । ସମସ୍ତଙ୍କର କଂଟାକ୍ଟ ଟ୍ରେସିଂ ସରିଛି । ଜଣକର ପଜିଟିଭ ଆସିଛି । ତାଙ୍କ ରିପୋର୍ଟକୁ ଜିନମ ସିକ୍ୱେନସିଂ ପାଇଁ ପଠାଯାଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି । ଦୁଇ ଜଣଙ୍କ କଂଟାକ୍ଟ ଟ୍ରେସିଂ ରିପୋର୍ଟ ନେଗେଟିଭ ରହିଥିବା ବେଳେ ଅନ୍ୟ ୨ଜଣଙ୍କର କଂଟାକ୍ଟ ଟ୍ରେସିଂ ରିପୋର୍ଟ ଆସିନାହିଁ । ରାଜ୍ୟରେ ଆଜିକୁ ମିଶାଇ ମୋଟ ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡିସେମ୍ବର ୨୧ ତାରିଖରେ ରାଜ୍ୟରେ ଓମିକ୍ରନର ପ୍ରଥମ ମାମଲା ରିପୋର୍ଟ ହୋଇଥିଲା ।