ଅଭୟଙ୍କୁ ନୂଆ ଦାୟିତ୍ଵ ଦେଲେ ମୁଖ୍ୟମନ୍ତ୍ରୀ, ଷ୍ଟେଟ୍ ଟାକ୍ସ ଫୋର୍ସ ଫର୍ ନାର୍କୋଟିକ୍ସର ଅଧ୍ୟକ୍ଷ ହେଲେ ବିଦାୟୀ ଡିଜି | News Room Odisha

ଅଭୟଙ୍କୁ ନୂଆ ଦାୟିତ୍ଵ ଦେଲେ ମୁଖ୍ୟମନ୍ତ୍ରୀ, ଷ୍ଟେଟ୍ ଟାକ୍ସ ଫୋର୍ସ ଫର୍ ନାର୍କୋଟିକ୍ସର ଅଧ୍ୟକ୍ଷ ହେଲେ ବିଦାୟୀ ଡିଜି

ଭୁବନେଶ୍ୱର : ରାଜ୍ୟର ନୂଆ ପୁଲିସ ମୁଖିଆ ଭାବେ ଆଜି ଦାୟିତ୍ଵ ନେଲେ ସୁନୀଲ ବଂଶଲ । ବିଦାୟୀ ଡିଜି ଅଭୟଙ୍କ ଠାରୁ ଶ୍ରୀ ବଂଶଲ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି । ସେପଟେ , ଅଭୟଙ୍କୁ ମୁଖ୍ୟମନ୍ତ୍ରୀ ନୂତନ ଗୁରୁଦାୟିତ୍ବ ଦେଇଛନ୍ତି । ନାର୍କୋଟିସ୍କର ରାଜ୍ୟ ଟାକ୍ସ ଫୋର୍ସର ଅଧ୍ୟକ୍ଷ ଭାବେ ଅଭୟଙ୍କୁ ନିଯୁକ୍ତି ମିଳିଛି । ଏହାଛଡା ତାଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟା ଭାବେ ଅବସ୍ଥାପିତ କରାଯାଇଛି । ଏନେଇ ସରକାରୀ ପ୍ରେସ୍ ବିବୃତି ଯୋଗେ ସୂଚନା ଦିଆଯାଇଛି ।

ଶ୍ରୀ ଅଭୟ ତାଙ୍କ ଡିଜିପି କାର୍ଯ୍ୟକାଳ ମଧ୍ୟରେ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥାରେ ସୁଧାର ଆଣିବାରେ ଗୁରୁତ୍ବପୂର୍ଣ ଭୂମିକା ତୁଳାଇଥିଲେ । ସେହିପରି ନକ୍ସଲ ଦମନରୁ ଆରମ୍ଭ କରି ଅନେକ କୁଖ୍ୟାତ୍ ଗ୍ୟାଙ୍ଗର ମୂଳୋତ୍ପାଟନ ଦିଗରେ ମଧ୍ୟ ତାଙ୍କ ଭୂମିକା ଉଲ୍ଲେଖନୀୟ ରହିଛି । ବିଶେଷ କରି ପୁଲିସ ବିଭାଗରେ ଆଧୁନିକୀକରଣ ତଥା ଢାଞ୍ଚାଗତ ପରିବର୍ତ୍ତନ ଓ ଖାଲି ପଦବି ପୂରଣ ଦିଗରେ ତାଙ୍କ ବଳିଷ୍ଠ ପଦକ୍ଷେପ ତାଙ୍କୁ ପ୍ରଶଂସନୀୟ କରିଥିଲା । ଏହି ନୂତନ ଦାୟିତ୍ବ ପରେ ରାଜ୍ୟରେ ନିଶା କାରବାରରେ ଲଗାମ ଆସିବ ବୋଲି ଆଶା କରାଯାଉଛି ।