ଯାଜପୁର ଜିଲ୍ଲାରେ ବିପୁଳ ପରିମାଣର ଜାଲ୍ ନୋଟ ଜବତ | News Room Odisha

ଯାଜପୁର ଜିଲ୍ଲାରେ ବିପୁଳ ପରିମାଣର ଜାଲ୍ ନୋଟ ଜବତ

ଯାଜପୁର – ଯାଜପୁର ଜିଲ୍ଲାରେ ବିପୁଳ ପରିମାଣର ଜାଲ୍ ନୋଟ ଜବତ । ଯାଜପୁର ଟାଉନ ଥାନା ଅନ୍ତର୍ଗତ ସନ୍ଥ ମହାଦେବ ଗାଁରେ ଏକ ଘରୁ ୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ମଙ୍ଗଳପୁର ଥାନା କାଟିଆ ଅଂଚଳର ବୋଲି ସୂଚନା ମିଳିଛି । ଘଟଣା ନେଇ ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ତଥ୍ୟ ଦିଆଯିବ । ଜାଲ୍ ନୋଟ କାରବାର ଚାଲିଥିବା ନେଇେ ପୋଲିସ ପାଖରେ ଆଗୁଆ ସୂଚନା ଥିଲା । ପୋଲିସ ଖୋଳତାଡ ଚଳାଇଥିଲା । କୌଣସି ସୂତ୍ରରୁ ଖବର ପାଇଁ ପୋଲିସ ଗତକାଲି ବିଳମ୍ବିତ ରାତିରେ ମହାଦେବ ଗାଁରେ ଚଢାଉ କରି ଅଭିଯୁକ୍ତର ଭଡା ଘରୁ ୧୩ ଲକ୍ଷ ଟଙ୍କା ଜବତ କରିଥିଲା ।