କାଲିଠାରୁ ଖୋଲିବ ନାହିଁ ପ୍ରାଥମିକ ସ୍କୁଲ | News Room Odisha

କାଲିଠାରୁ ଖୋଲିବ ନାହିଁ ପ୍ରାଥମିକ ସ୍କୁଲ

ଭୁବନେଶ୍ୱର –ଆସନ୍ତାକାଲିଠାରୁ ପ୍ରଥମରୁ ପଂଚମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ ନାହିଁ । ସ୍କୁଲ ଖୋଲିବା ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଦୈନିକ କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି ରାଜ୍ୟ ସରକାର । ଜାନୁଆରୀ ୩ ତାରିଖରୁ ରାଜ୍ୟର ପ୍ରାଥମିକ ସ୍କୁଲ ଖୋଲିବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା ।