କାଲିଠୁ ୧୫ରୁ ୧୮ ବର୍ଷ ପିଲାଙ୍କ କୋଭିଡ ଟିକାକରଣ, ୮ରୁ ମାଟ୍ରିକ ପିଲା ନେବେ ଟିକା | News Room Odisha

କାଲିଠୁ ୧୫ରୁ ୧୮ ବର୍ଷ ପିଲାଙ୍କ କୋଭିଡ ଟିକାକରଣ, ୮ରୁ ମାଟ୍ରିକ ପିଲା ନେବେ ଟିକା

ଭୁବନେଶ୍ୱର- ରାଜ୍ୟରେ କାଲିଠାରୁ ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଆରମ୍ଭ ହେବ । ଏହି ବର୍ଗର ପିଲାଙ୍କ କୋଭିଡ ଟିକାକରଣ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଜାନୁଆରୀ ୮ରୁ ମାଟ୍ରିକ ପିଲାଙ୍କୁ ଟିକା ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । କାଲିଠପ ଏକାଦଶ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯିବ । ଆସନ୍ତା ୫ରୁ ୮ ତାରିଖ ଯାଏଁ ମାଟ୍ରିକ ସମ୍ମେଟିଭ -୧ ପରୀକ୍ଷା ହେବ । ତେଣୁ ପରୀକ୍ଷା ସରିଲେ ମାଟ୍ରିକ ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହେବ । ଜାନୁଆରୀ ଶେଷ ସୁଦ୍ଧା ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲରେ ୧୫ରୁ ୧୮ ବର୍ଷ ପିଲାଙ୍କ ତାଲିକା ପ୍ରସ୍ତୁତ କରି ସିଡିଏମଓଙ୍କ ସହ ଯୋଗାଯୋଗ କରିବେ ପ୍ରଧାନ ଶିକ୍ଷକ । ତାଲିକା ଅନୁସାରେ ସ୍କୁଲରେ ଟିକାକରଣର ବ୍ୟବସ୍ଥା କରିବେ ସିଡିଏମଓ । କ୍ୟାମ୍ପ ଓ ଟିକାକରଣ ନେଇ ସ୍କୁଲଗୁଡିକ ସହ ଯୋଗ କରିବେ ।