ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –
ଇନ୍ଦ୍ରିୟସ୍ୱେନ୍ଦ୍ରିୟସ୍ୟାର୍ଥେ ରାଗଦ୍ୱେଷୌ ବ୍ୟବସ୍ଥିତୌ। ତୟୋର୍ଣ ବଶମାଗଛେତୌ ହ୍ୟସ୍ୟ ପରିପନ୍ଥିନୌ।।
ହେ ଅର୍ଜ୍ଜୁନ ! ଇନ୍ଦ୍ରିୟ ଇନ୍ଦ୍ରିୟର ଅର୍ଥରେ ଅର୍ଥାତ ପ୍ରତ୍ୟେକ ଇନ୍ଦ୍ରିୟର ବିଷୟରେ ରାଗ ଓ ଦ୍ୱେଷ ଲୁଚି ରହିଛି। ମନୁଷ୍ୟ ସେହି ଦୁଇଟିର ବଶବର୍ତ୍ତୀ ହେବା ଉଚିତ ନୁହେଁ, କାରଣ ସେ ଦୁଇଟି ହେଉଛନ୍ତି ତାର କଲ୍ୟାଣ ମାର୍ଗରେ ବିଘ୍ନ ସୃଷ୍ଟି କାରୀ ବିରାଟ ଶତ୍ରୁ।
( ଗୀତା ୩ୟ ଅ। ୩୪ଶ ଶ୍ଲୋକ )