ଅପରାହ୍ନ ୫ଟାରେ କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ | News Room Odisha

ଅପରାହ୍ନ ୫ଟାରେ କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-ଦେଶରେ କୋରୋନାର ତୃତୀୟ ଲହର ଆସିଯାଇଛି । ଗତକିଛି ଦିନ ମଧ୍ୟରେ ବୃଦ୍ଧି ପାଉଥିବା ସଂକ୍ରମିତଙ୍କ ସଂଖ୍ୟାରୁ ଏହା ସ୍ପଷ୍ଟ ହୋଇଛି । ଆମ ରାଜ୍ୟରେ ମଧ୍ୟ ଗତ ୪-୫ ଦିନ ଧରି ଦୈନିକ କୋରୋନା ସଂକ୍ରମଣ ଉପରମୁହାଁ ହୋଇଛି । ଗତ ୨୪ ଘଂଟାରେ ରାଜ୍ୟରେ ୬୮୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ବିଶେଷ କରି ଖୋର୍ଦ୍ଧା,କଟକ, ସୁନ୍ଦରଗଡ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । କୋରୋନା ସଂକ୍ରମଣ ବଢୁଥିବାରୁ ଚିନ୍ତା ପ୍ରକାଶ ପାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ୫ଟାରେ କୋଭିଡ ସ୍ଥିତିର ସମୀକ୍ଷା କରିବେ । ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।