ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀଙ୍କ ପରିବାରର କିଶୋରମାନଙ୍କ ଆସନ୍ତାକାଲିଠାରୁ ଟିକାକରଣ | News Room Odisha

ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀଙ୍କ ପରିବାରର କିଶୋରମାନଙ୍କ ଆସନ୍ତାକାଲିଠାରୁ ଟିକାକରଣ

ପୁରୀ – ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀଙ୍କ ପରିବାରର ୧୫ରୁ ୧୮ ବର୍ଷ କିଶୋରମାନଙ୍କ କୋଭିଡ ଟିକାକରଣ ଆସନ୍ତାକାଲିଠାରୁ ଆରମ୍ଭ ହେବ । ଏ ନେଇ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ସେବକ ଓ କର୍ମଚାରୀଙ୍କ ପରିବାରର କିଶୋରମାନଙ୍କ ଟିକାକରଣ ପ୍ରତ୍ୟେକ ସୋମବାରଠାରୁ ଶନିବାର ଯାଏଁ ବଡଦାଣ୍ଡ ସ୍ଥିକ ନିଳାଦ୍ରୀ ଭକ୍ତ ନିବାସରେ ହେବ । ସକାଳ ୯ଟାରୁ ଗୋଟାଏ ଏବଂ ଦିନ ୨ଟାରୁ ସଂଧ୍ୟା ୫ଟା ଯାଏଁ ଟିକାକରଣ କରାଯିବ । ଟିକାକରଣ ପାଇଁ ପିଲାମାନଙ୍କ ଆଧାର କାର୍ଡ ଓ ସ୍ୱାସ୍ଥ୍ୟ ବୀମା କାର୍ଡ ଦେଖାଇବା ବାଧ୍ୟତାମୂଳକ ।