ପକ୍ଷୀ ଗଣନା : ବ୍ରହ୍ମପୁର ବନଖଣ୍ଡରେ ଏଥର ଅଧିକ ସଂଖ୍ୟକ ପକ୍ଷୀଙ୍କ ଉପସ୍ଥିତି, ପ୍ରଜାତି ସଂଖ୍ୟା ବି ଗତବର୍ଷଠୁ ଅଧିକ | News Room Odisha

ପକ୍ଷୀ ଗଣନା : ବ୍ରହ୍ମପୁର ବନଖଣ୍ଡରେ ଏଥର ଅଧିକ ସଂଖ୍ୟକ ପକ୍ଷୀଙ୍କ ଉପସ୍ଥିତି, ପ୍ରଜାତି ସଂଖ୍ୟା ବି ଗତବର୍ଷଠୁ ଅଧିକ

ବ୍ରହ୍ମପୁର – ବ୍ରହ୍ମପୁର ବନଖଣ୍ଡରେ ପକ୍ଷୀ ଗଣନା ଶେଷ ହୋଇଛି । ଏଥର ଅଧିକ ସଂଖ୍ୟାରେ ପକ୍ଷୀ ଦେଖାଯାଇଛନ୍ତି । ବ୍ରହ୍ମପୁର, ଖଲ୍ଲିକୋଟ, ଦିଗପହଣ୍ଡି ଓ ସାମନ୍ତିଆପଲ୍ଲୀ ରେଂଜରେ ପକ୍ଷୀ ଗଣନା କରାଯାଇଥିଲା । ଏଥର ମୋଟ ୧୦୨ ପ୍ରଜାତିର ପକ୍ଷୀ ବ୍ରହ୍ମପୁର ବନଖଣ୍ଡ ଅଂଚଳରେ ଦେଖାଯାଇଛନ୍ତି, ଯାହା କି ଗତବର୍ଷଠାରୁ ଅଧିକ । ଗତବର୍ଷ ୯୫ ପ୍ରଜାତିର ପକ୍ଷୀ ଦେଖାଦେଇଥିଲେ । ଏଥର ୧୦୨ ପ୍ରଜାତିର ମୋଟ ୩୩ ହଜାର ୯୯୮ଗୋଟି ପକ୍ଷୀ ଦେଖାଦେଇଛନ୍ତି, ଯାହା କି ଗତବର୍ଷ ତୁଳନାରେ ଅଧିକ । ଗତବର୍ଷ ୯୫ ପ୍ରଜାତିର ୧୪ ହଜାର ୨୯୮ ପକ୍ଷୀ ଦେଖାଦେଇଥିଲେ । ଏଥର ୯ ହଜାର ୭ ଶହ ପକ୍ଷୀ ଅଧିକ ଦେଖାଦେଇଛନ୍ତି । ବାହୁଦା ନଦୀ ଜଳରାଶିରେ ସର୍ବାଧିକ ପକ୍ଷୀ ଦେଖାଦେଇଛନ୍ତି । ଏହାଛଡା ପୋତାଗଡ, ତାମ୍ପରା ହ୍ରଦ,ହୁମ୍ମା ଲୁଣ କ୍ଷେତ୍ର ଓ ବଡବନ୍ଧ କୋଳଥିଗାଁରେ ମଧ୍ୟ ଅଧିକ ସଂଖ୍ୟାରେ ପକ୍ଷୀ ଦେଖାଯାଇଥିବା ବ୍ରହ୍ମପୁର ଡିଭିଜନାଲ ଫରେଷ୍ଟ ଅଫିସର ସୂଚନା ଦେଇଛନ୍ତି ।