ତୃତୀୟ ଲହରରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା, ଦିନକରେ ରାଜ୍ୟର ସବୁ ଜିଲ୍ଲାରୁ ୧୮୯୭ ପଜିଟିଭ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୯ | News Room Odisha

ତୃତୀୟ ଲହରରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା, ଦିନକରେ ରାଜ୍ୟର ସବୁ ଜିଲ୍ଲାରୁ ୧୮୯୭ ପଜିଟିଭ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୯

ଭୁବନେଶ୍ୱର – ରାଜ୍ୟରେ କୋରୋନାର ତୃତୀୟ ଲହରରେ ବଢି ଚାଲିଛି ଦୈନିକ ସଂକ୍ରମଣ । ଦିନକରେ ଚିହ୍ନଟ ହୋଇଛନ୍ତି ୧ ହଜାର ୮୯୭ ପଜିଟିଭ । ସଙ୍ଗରୋଧରୁ ୧୧୦୬ ଓ ସ୍ଥାନୀୟ ଅଂଚଳରୁ ୭୯୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଶିଶୁ ଓ କିଶୋରଙ୍କ ସଂଖ୍ୟା ୨୫୮ ରହିଛି ।

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୬୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ୨୬୨, କଟକରୁ ୧୪୮, ସମ୍ବଲପୁରରୁ ୧୨୫, ବାଲେଶ୍ୱରରୁ ୧୦୦, ଝାରସୁଗୁଡାରୁ ୬୬, ପୁରୀରୁ ୫୪, ମୟୂରଭଞ୍ଜରୁ ୪୦, ଗଞ୍ଜାମରୁ ୩୪, କେନ୍ଦୁଝରରୁ ୩୧, ଯାଜପୁରରୁ ୩୦, ନବରଙ୍ଗପୁରରୁ ୨୫, ଜଗତସିଂହପୁରରୁ ୧୯, ବରଗଡରୁ ୧୬, ଦେବଗଡରୁ ୧୬, କୋରାପୁଟରୁ ୧୫, କଳାହାଣ୍ଡିରୁ ୧୪, ନୟାଗଡରୁ ୧୪, ସୋନପୁରରୁ ୧୩, ନୂଆପଡାରୁ ୧୨, ରାୟଗଡାରୁ ୭, ଭଦ୍ରକରୁ ୭, ବଲାଙ୍ଗିରରୁ ୬, ଢେଙ୍କାନାଳରୁ ୪, ଅନୁଗୁଳରୁ ୩,ବୌଦ୍ଧରୁ ୩, ଗଜପତିରୁ ୨, କେନ୍ଦ୍ରାପଡାରୁ ୨, ମାଲକାନଗିରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନେକ ଦିନ ପରେ ରାଜ୍ୟର ସବୁ ଜିଲ୍ଲାରୁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୧୫୮ଟି ମାମଲା ଆସିଛି ।

COVID-19Odisha