ହୀରାକୁଦରେ ପକ୍ଷୀ ଗଣନା, ପ୍ରଥମ ଥର ଛତିଶଗଡ ସୀମାନ୍ତ ଯାଏ ଗଣନା, ୩୮ ଟିମ ଗଣନାରେ ସାମିଲ | News Room Odisha

ହୀରାକୁଦରେ ପକ୍ଷୀ ଗଣନା, ପ୍ରଥମ ଥର ଛତିଶଗଡ ସୀମାନ୍ତ ଯାଏ ଗଣନା, ୩୮ ଟିମ ଗଣନାରେ ସାମିଲ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାର ଏବଂ ପାୱାର ଚ୍ୟାନେଲରେ ଆଜିଠୁ ବିଦେଶାଗତ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ଜଳଭଣ୍ଡାରର ୫୩୩ ବର୍ଗ କିଲୋମିଟର ଏବଂ ପାୱାର୍ ଚ୍ୟାନେଲର ୫.୭ ବର୍ଗ କିଲୋମିଟର ଅଞ୍ଚଳରେ ଏହି ଗଣନା କରାଯାଉଛି। ଚଳିତବର୍ଷ ପ୍ରଥମ ଥର ଛତିଶଗଡ ସୀମାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ଗଣନା କରାଯାଉଛି। ଏଥିରେ ମୋଟ ୧୫ଟି ସେକ୍ଟରରେ ୩୮ଟି ଟିମ୍ ୩୦ଟି ମୋଟର ବୋଟରେ ଗଣତି କାର୍ଯ୍ୟରେ ସାମିଲ ହୋଇଛନ୍ତି। ଆଉ ପ୍ରତି ଟିମରେ ୩ଜଣ ଲେଖାଏଁ ବିଶେଷଜ୍ଞ ସାମିଲ ହୋଇଛନ୍ତି। ଆସନ୍ତାକାଲି ସନ୍ଧ୍ୟାରେ ଗଣତି ପରେ ଚୁଡାନ୍ତ ତଥ୍ଯ ମିଳିବ ବୋଲି ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଡିଏଫଓ ଅଂଶୁ ଦାସ ସୂଚନା ଦେଇଛନ୍ତି।

ପ୍ରତିବର୍ଷ ଅକ୍ଟୋବର ପରେ ଶୀତ ପଡିବା ମାତ୍ରେ ବହୁ ସଂଖ୍ୟାରେ ସୁଦୂର ସାଇବେରିଆ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ବିଦେଶାଗତ ପକ୍ଷୀ ହୀରାକୁଦ ଜଳଭଣ୍ଡାରକୁ ଆସିଥାନ୍ତି। ଏମାନଙ୍କ କଳରବରେ ହୀରାକୁଦର ନୀଳ ଜଳରାଶି ପରିପୂର୍ଣ୍ଣ ହେଉଥିବା ବେଳେ ପର୍ଯ୍ୟଟକଙ୍କୁ ଏହା ଆକୃଷ୍ଟ କରିଥାଏ।