ରାମଚରିତ ମାନସର କେତେକ ରୋଚକ ତଥ୍ୟ | News Room Odisha

ରାମଚରିତ ମାନସର କେତେକ ରୋଚକ ତଥ୍ୟ

ରାମଚରିତ ମାନସର କେତେକ ରୋଚକ ତଥ୍ୟ

୧: ଲଙ୍କାରେ ଶ୍ରୀରାମଚନ୍ଦ୍ର= ୧୧୧ ଦିନ ଥିଲେ।
୨: ଲଙ୍କାରେ ଦେବୀ ସୀତା= ୪୩୫ ଦିନ ଥିଲେ।
୩: ମାନସ ରେ ଶ୍ଳୋକ ସଂଖ୍ୟା= ୨୭ ଅଟେ।
୪: ମାନସ ରେ ଚୋପାଈ ସଂଖ୍ୟା= ୪୬୦୮ ଅଟେ।
୫: ମାନସ ରେ ଦୋହା ସଂଖ୍ୟା= ୧୦୭୪ ଅଟେ।
୬: ମାନସ ରେ ସୋରଠା ସଂଖ୍ୟା= ୨୦୭ ଅଟେ।
୭: ମାନସ ରେ ଛନ୍ଦ ସଂଖ୍ୟା= ୮୬ ଅଟେ।
୮: ସୁଗ୍ରୀବଙ୍କ ବଳ ଥିଲା= ୧୦,୦୦୦ ହାତୀ ର।
୯: ସୀତା ମହାରାଣୀ ହୋଇଥିଲେ= ୩୩ ବର୍ଷ ବୟସରେ।
୧୦: ମାନସ ରଚନା ସମୟରେ ତୁଳସୀଦାସଙ୍କ ବୟସ= ୭୭ ବର୍ଷ ଥିଲା।
୧୧: ପୁଷ୍ପକ ବିମାନର ଗତି= ୪୦୦ ମାଇଲ୍/ଘଣ୍ଟା ଥିଲା।
୧୨: ରାମଦଳ ତଥା ରାବଣ ଦଳର ଯୁଦ୍ଧ= ୮୭ ଦିନ ଚାଲିଥିଲା।
୧୩: ରାମ ରାବଣ ଯୁଦ୍ଧ= ୩୨ ଦିନ ଚାଲିଥିଲା।
୧୪: ସେତୁ ନିର୍ମାଣ= ୫ ଦିନରେ ହୋଇଥିଲା।
୧୫: ନଳ ଓ ନୀଳ ଙ୍କ ପିତା= ବିଶ୍ଵକର୍ମା ଅଟନ୍ତି।
୧୬: ତ୍ରିଜଟା ଙ୍କ ପିତା= ବିଭୀଷଣ ଅଟନ୍ତି।
୧୭: ବିଶ୍ଵାମିତ୍ର ରାମଙ୍କୁ ନେଇ ଯାଇଥିଲେ= ୧୦ ଦିନ ପାଇଁ ।

ଶ୍ରୀରାମଚନ୍ଦ୍ରଙ୍କ ପିତାମହ ପ୍ରପିତାମହଙ୍କ ନାମ କଣ ଥିଲା ? ଜାଣନ୍ତୁ:-

୧- ବ୍ରହ୍ମା ଙ୍କ ପୁତ୍ର ମରୀଚି,
୨- ମରୀଚି ଙ୍କ ପୁତ୍ର କଶ୍ୟପ,
୩- କଶ୍ୟପଙ୍କ ପୁତ୍ର ଥିଲେ ବିବସ୍ଵାନ,
୪- ବିବସ୍ଵାନଙ୍କ ପୁତ୍ର ବୈବସ୍ୱତ ମନୁ ଅଟନ୍ତି, ବୈବସ୍ଵତ ମନୁଙ୍କ ସମୟରେ ଜଳ ପ୍ରଳୟ ହୋଇଥିଲା।
୫- ବୈବସ୍ଵତ ମନୁଙ୍କ ଦଶ ପୁତ୍ରଙ୍କ ମଧ୍ୟରୁ ଜଣକର ନାମ ଇକ୍ଷ୍ବାକୁ ଥିଲା, ଇକ୍ଷ୍ବାକୁଙ୍କ ଅଯୋଧ୍ୟା ନାମକ ଏକ ରାଜଧାନୀ ଥିଲା ଏବଂ ସେ ଇକ୍ଷ୍ବାକୁ କୁଳର ସ୍ଥାପନା କରିଥିଲେ।
୬- ଇକ୍ଷ୍ବାକୁଙ୍କ ପୁତ୍ର କୁକ୍ଷି ଥିଲେ,
୭- କୁକ୍ଷିଙ୍କ ପୁତ୍ରଙ୍କ ନାମ ବିକୁକ୍ଷି ଥିଲା,
୮- ବିକୁକ୍ଷିଙ୍କ ପୁତ୍ର ଵାଣ ଥିଲେ,
୯- ଵାଣଙ୍କ ପୁତ୍ର ଅନରଣ୍ୟ ଥିଲେ,
୧୦- ଅନରଣ୍ୟଙ୍କ ଠାରୁ ପୃଥୁ ଜନ୍ମ ହୋଇଥିଲେ,
୧୧- ପୃଥୁଙ୍କ ଠାରୁ ତ୍ରିଶଙ୍କୁ ଜନ୍ମ ନେଇଥିଲେ,
୧୨- ତ୍ରିଶଙ୍କୁଙ୍କ ପୁତ୍ର ଧୁଂଧୁମାର ଥିଲେ,
୧୩- ଧୁନ୍ଧୁମାର ଙ୍କ ପୁତ୍ରଙ୍କ ନାମ ଥିଲା ଯୁବନାଶ୍ଵ,
୧୪- ଯୁବନାଶ୍ଵଙ୍କ ପୁତ୍ର ମାନ୍ଧାତା ଅଟନ୍ତି,
୧୫- ମାନ୍ଧାତାଙ୍କ ଠାରୁ ସୁସନ୍ଧି ଜନ୍ମ ହୋଇଥିଲେ,
୧୬- ସୁସନ୍ଧିଙ୍କ ଦୁଇଜଣ ପୁତ୍ର ଥିଲେ- ଧ୍ରୁବସନ୍ଧି ଏବଂ ପ୍ରସେନଜିତ,
୧୭- ଧ୍ରୁବସନ୍ଧିଙ୍କ ପୁତ୍ର ଭରତ ଅଟନ୍ତି,
୧୮- ଭରତଙ୍କ ପୁତ୍ର ଅସିତ ଅଟନ୍ତି,
୧୯- ଅସିତଙ୍କ ପୁତ୍ର ସଗର ଅଟନ୍ତି,
୨୦- ସଗରଙ୍କ ପୁତ୍ରଙ୍କ ନାମ ଅସମଂଜ ଥିଲା,
୨୧- ଅସମଂଜଙ୍କ ପୁତ୍ରଙ୍କ ନାମ ଅଂଶୁମାନ ଥିଲା,
୨୨- ଅଂଶୁମାନ ଙ୍କ ପୁତ୍ରଙ୍କ ନାମ ଦିଲୀପ ଥିଲା,
୨୩- ଦିଲୀପଙ୍କ ପୁତ୍ର ଭଗୀରଥ ଥିଲେ, ଭଗୀରଥ ଗଙ୍ଗାଙ୍କୁ ପୃଥିବୀ ପୃଷ୍ଠକୁ ଆଣିଥିଲେ, ତାଙ୍କ ପୁତ୍ରଙ୍କ ନାମ ଥିଲା କକୁତ୍ସ୍ଥ,
୨୪- କକୁତ୍ସ୍ଥଙ୍କ ପୁତ୍ର ରଘୁ ଅଟନ୍ତି, ରଘୁ ଜଣେ ଅତ୍ୟନ୍ତ ତେଜସ୍ଵୀ ଏବଂ ପରାକ୍ରମୀ ରାଜା ହୋଇଥିବାରୁ ତାଙ୍କ ପରେ ତାଙ୍କ ନାମାନୁସାରେ ତାଙ୍କ ବଂଶର ନାମ ରଘୁବଂଶ ହୋଇଥିଲା, ସେହି ଦିନଠାରୁ ଶ୍ରୀରାମଙ୍କ ବଂଶ ରଘୁବଂଶ ନାମରେ ପରିଚିତ।
୨୫- ରଘୁଙ୍କ ପୁତ୍ର ପ୍ରବୃଦ୍ଧ ଅଟନ୍ତି,
୨୬- ପ୍ରବୃଦ୍ଧଙ୍କ ପୁତ୍ର ଶଂଖଣ ଅଟନ୍ତି,
୨୭- ଶଂଖଣଙ୍କ ପୁତ୍ର ସୁଦର୍ଶନ ଅଟନ୍ତି,
୨୮- ସୁଦର୍ଶନଙ୍କ ପୁତ୍ରଙ୍କ ନାମ ଅଗ୍ନିବର୍ଣ ଥିଲା,
୨୯- ଅଗ୍ନିବର୍ଣଙ୍କ ପୁତ୍ର ଶୀଘ୍ରଗ ଥିଲେ,
୩୦- ଶୀଘ୍ରଗଙ୍କ ପୁତ୍ର ନାମ ମରୁ ଥିଲା,
୩୧- ମରୁଙ୍କ ପୁତ୍ର ପ୍ରଶୁଶ୍ରୁକ ଥିଲେ,
୩୨- ପ୍ରଶୁଶ୍ରୁକଙ୍କ ପୁତ୍ର ଅମ୍ବରୀଷ ଥିଲେ,
୩୩- ଅମ୍ବରୀଷଙ୍କ ପୁତ୍ରଙ୍କ ନାମ ନହୁଷ ଥିଲା,
୩୪- ନହୁଷଙ୍କ ପୁତ୍ରଙ୍କ ନାମ ଯଯାତି ଥିଲା,
୩୫- ଯଯାତିଙ୍କ ପୁତ୍ରଙ୍କ ନାମ ନାଭାଗ ଥିଲା,
୩୬- ନାଭାଗଙ୍କ ପୁତ୍ରଙ୍କ ନାମ ଅଜ ଥିଲା,
୩୭- ଅଜଙ୍କ ପୁତ୍ରଙ୍କ ନାମ ଦଶରଥ ଥିଲା,
୩୮- ଦଶରଥଙ୍କର ଚାରିଜଣ ପୁତ୍ର ରାମ, ଭରତ, ଲକ୍ଷ୍ମଣ ତଥା ଶତ୍ରୁଘ୍ନ ଥିଲା।

ଏହିପରି ବ୍ରହ୍ମାଙ୍କ ଅଣଚାଳିଶ (୩୯) ବଂଶରେ ଶ୍ରୀରାମଙ୍କ ଜନ୍ମ ହୋଇଥିଲେ।