ରାଜ୍ୟରେ ବର୍ତ୍ତମାନ ସଟଡାଉନ ଓ ଲକଡାଉନ ସପକ୍ଷରେ ନାହାନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ | News Room Odisha

ରାଜ୍ୟରେ ବର୍ତ୍ତମାନ ସଟଡାଉନ ଓ ଲକଡାଉନ ସପକ୍ଷରେ ନାହାନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର – ରାଜ୍ୟରେ କୋରୋନାର ତୃତୀୟ ଲହର ଆସିବା ସହ ସଂକ୍ରମଣ ସଂଖ୍ୟା ବଢି ଚାଲିଥିଲେ ମଧ୍ୟ ଏହାର ନିୟନ୍ତ୍ରଣ ପାଇଁ ଲକଡାଉନ ଓ ସଟଡାଉନ ଆବଶ୍ୟକ ନାହିଁ ବୋଲି କିଛି ବିଶେଷଜ୍ଞ ମତ ଦେଇଛନ୍ତି । ରାଜ୍ୟରେ କୋରୋନା ସଂକ୍ରମଣ ବଢି ବଢି ଚାଲିଥିବାରୁ ପୁଣି ଥରେ ଲକଡାଉନ ଓ ସଟ୍‌ଡାଉନ ଜାରି ନେଇ ଚର୍ଚ୍ଚା ହେଉଛି । ତେବେ,ଡାକ୍ତର ନିରୋଜ ମିଶ୍ରଙ୍କ ପରି କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞ ବର୍ତ୍ତମାନ ଲକଡାଉନ ଓ ସଟଡାଉନର ଆବଶ୍ୟକତା ନାହିଁ ବୋଲି ମନେ କରୁଛନ୍ତି ।

ସଂକ୍ରମଣ ବଢୁଥିଲେ ମଧ୍ୟ ଏହା ଲୋକଙ୍କୁ ଗୁରୁତର କରୁନାହିଁ । ଅଧିକ ହସପିଟାଲ ବେଡ୍ ଦରକାର ହେଉନାହିଁ ବୋଲି ଡାକ୍ତର ନିରୋଜ ମିଶ୍ର କହିଛନ୍ତି । ରାଜ୍ୟରେ ଜାନୁଆରୀ ୨୫ ସୁଦ୍ଧା ସଂକ୍ରମଣ ପିକ୍ ଛୁଇଁବା ଅନୁମାନ କରାଯାଉଛି । ଏବେ କେସ୍ ଲୋଡ୍ ଓ ହସପିଟାଲ ଆଡମିଶନ କମ୍ ରହିଛି । ଗୁରୁତର ରୋଗୀଙ୍କ ସଂଖ୍ୟା ବି କମ୍ ରହୁଛି । ଯଦି ଲୋକେ ସତର୍କ ରହିବେ, ତାହା ହେଲେ ଫେବ୍‌ୁଆରୀ ଶେଷ ସୁଦ୍ଧା ତୃତୀୟ ଲହର ପାର କରିଯିବା ବୋଲି ଆଶା ପ୍ରକାଶ କରିଛନ୍ତି ଡାକ୍ତର ନିରୋଜ ମିଶ୍ର ।