ବଦଳିବ ପାଣିପାଗର ମିଜାଜ, ୧୧ରୁ ୧୪ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ଶୀତ କମିବ | News Room Odisha

ବଦଳିବ ପାଣିପାଗର ମିଜାଜ, ୧୧ରୁ ୧୪ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ଶୀତ କମିବ

ଭୁବନେଶ୍ୱର- ଆଜିଠାରୁ ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ହେବ । ପଶ୍ଚିମାଝଡର ପ୍ରଭାବରେ ଆସନ୍ତା ୧୧ରୁ ୧୪ ତାରିଖ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି । ବାୟୁମଣ୍ଡଳରେ ଆର୍ଦ୍ରତା ବଢିବ ଓ ପାଗ କୋହଲା ରହି ବର୍ଷାହେବ । ଫଳରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ ଓ ଶୀତ କମିଯିବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଜି ନୂଆପଡା, ବରଗଡ, ଝାରସୁଗୁଡା ଓ ସୁନ୍ଦରଗଡ ଆଦି ଜିଲ୍ଲାରେ କିଛି ସ୍ଥାନରେ ବର୍ଷା ହୋଇପାରେ । ୧୧ ଓ ୧୨ ତାରିଖରେ ବର୍ଷାର ବିସ୍ତୃତି ଓ ପରିମାଣ ବୃଦ୍ଧି ପାଇବ । ରାଜ୍ୟରେ କିଛି ଜିଲ୍ଲାରେ କୁଆପଥର ବର୍ଷାର ବି ଆଶଙ୍କା ରହିଛି । ଭୁବନେଶ୍ୱରରେ ୧୧ ଓ ୧୨ ତାରିଖରେ ବର୍ଷା ହୋଇପାରେ ।