ସର୍ବଦଳୀୟ ବୈଠକ : ପଞ୍ଚାୟତ ନିର୍ବାଚନ ଘୁଂଚାଇବା ପାଇଁ ବିରୋଧୀଙ୍କ ଦାବି, ଠିକ୍ ସମୟରେ ହେବା ସପକ୍ଷରେ ବିଜେଡି | News Room Odisha

ସର୍ବଦଳୀୟ ବୈଠକ : ପଞ୍ଚାୟତ ନିର୍ବାଚନ ଘୁଂଚାଇବା ପାଇଁ ବିରୋଧୀଙ୍କ ଦାବି, ଠିକ୍ ସମୟରେ ହେବା ସପକ୍ଷରେ ବିଜେଡି

ଭୁବନେଶ୍ୱର- ପଞ୍ଚାୟତ ନିର୍ବାଚନ ନେଇ ହୋଇଥିବା ସର୍ବଦଳୀୟ ବୈଠକରେ ବିଭିନ୍ନ ଦଳ ନିଜ ନିଜର ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । କୋଭିଡ ସ୍ଥିତି ଯୋଗୁଁ ନିର୍ବାଚନ ତିନି ମାସ ଟାଳିବାକୁ ବିଜେପି ଓ କଂଗ୍ରେସ ମତ ରଖିଥିବା ବେଳେ ଏଥିରେ ବିଳମ୍ବ ନ ହେଉ ବୋଲି ବିଜେଡି କହିଛି । ମୁଖ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ହୋଇଥିବା ସର୍ବଦଳୀୟ ବୈଠକରେ ନିଜ ନିଜର ମତ ରଖିଥିଲେ ରାଜନୈତିକ ଦଳ ।

ଶାସକ ବିଜେଡି ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଅମର ପଟ୍ଟନାୟକ କହିଛନ୍ତି ଯେ, ସଠିକ ସମୟରେ ପଂଚାୟତ ନିର୍ବାଚନ ହେଉ । ଏଥିରେ ବିଳମ୍ବ ହେବା ଅନୁଚିତ । ଅବାଧରେ କିପରି ନିର୍ବାଚନ ହେବ,ସେ ନେଇ ବିଜେଡି ଦାବି ଉପସ୍ଥାପନ କଲା ବୋଲି ବୈଠକ ପରେ ଅମର ପଟ୍ଟନାୟକ କହିଛନ୍ତି । କଂଗ୍ରେସର ଶିବାନନ୍ଦ ରାୟ କୋଭିଡ ପରିସ୍ଥିତି ପରେ ନିର୍ବାଚନ ପାଇଁ ଦାବି ରଖିଥିଲେ । ବର୍ତ୍ତମାନ ସ୍ଥିତିରେ ନିର୍ବାଚନ ଘୁଂଚାଇବା ଭଲ ବୋଲି କଂଗ୍ରେସ କହିଛି । ପଂଚାୟତ ନିର୍ବାଚନକୁ ତିନି ମାସ ଘୁଂଚାଇବା ନେଇ ଦାବି କରିଛି ବିଜେପି । ସର୍ବଦଳୀୟ ବୈଠକରେ ବିଜେପିର ମୋହନ ମାଝୀ ନିର୍ବାଚନ ୨-୩ ମାସ ଘୁଂଚାଇବା ନେଇ ଦାବି କରିଥିଲେ ।