ରାଜ୍ୟରେ କୋରୋନାର ଲମ୍ବା ଡିଆଁ, ଗୋଟିଏ ଦିନରେ ୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ୨୨୨୬ ପଜିଟିଭ | News Room Odisha

ରାଜ୍ୟରେ କୋରୋନାର ଲମ୍ବା ଡିଆଁ, ଗୋଟିଏ ଦିନରେ ୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ୨୨୨୬ ପଜିଟିଭ

ଭୁବନେଶ୍ୱର- ରାଜ୍ୟରେ କୋରୋନାର ଲମ୍ବ ଡିଆଁ । ଦୈନିକ କୋରୋନା ସଂକ୍ରମଣ ଗତ ୨୪ ଘଣ୍ଟାରେ ୭ ହଜାର ପାର କରିଛି । ଦିନକରେ ଚିହ୍ନଟ ହୋଇଛନ୍ତି ୭ ହଜାର ୭୧ ଆକ୍ରାନ୍ତ । ସଙ୍ଗରୋଧରୁ ୪ ହଜାର ୧୨୮ ଓ ସ୍ଥାନୀୟ ଅଂଚଳରୁ ୨ ହଜାର ୯୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ପଜିଟିଭଙ୍କ ମଧ୍ୟରେ ଅଛନ୍ତି ୭୦୭ ଜଣ ୧୮ ବର୍ଷରୁ କମ୍ ବୟସ୍କ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨ ହଜାର ୨୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୧ ହଜାର ୧୪୭, ସମ୍ବଲପୁରରୁ ୬୦୯, କଟକରୁ ୫୦୫, ମୟୂରଭଞ୍ଜରୁ ୨୦୧, ବାଲେଶ୍ୱରରୁ ୧୯୮, ବଲାଙ୍ଗିରରୁ ୧୯୦, ପୁରୀରୁ ୧୫୬, ଝାରସୁଗୁଡାରୁ ୧୪୩, ଯାଜପୁରରୁ ୧୩୦, ଗଞ୍ଜାମରୁ ୧୧୧, କୋରାପୁଟରୁ ୧୦୭, ନବରଙ୍ଗପୁରରୁ ୯୫, ବରଗଡରୁ ୮୫, ଅନୁଗୁଳରୁ ୮୩, କଳାହାଣ୍ଡିରୁ ୭୩, କେନ୍ଦୁଝରରୁ ୬୫, ସୋନପୁରରୁ ୬୧, ଜଗତସିଂହପୁରରୁ ୬୦, ଢେଙ୍କାନାଳରୁ ୫୫, ଭଦ୍ରକରୁ ୫୪, ଗଜପତିରୁ ୪୫, ରାୟଗଡାରୁ ୩୬, ନୟାଗଡରୁ ୩୫, ନୂଆପଡାରୁ ୨୬, ଦେବଗଡରୁ ୧୮, ମାଲକାନଗିରିରରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରୁ ୪୮୬ ମାମଲା ରିପୋର୍ଟ ହୋଇଛି ।

ରାଜ୍ୟରେ ଏ ଯାଏ ୧୦ ଲକ୍ଷ ୮୨ ହଜାର ୭୬୯ ଲୋକ କୋରୋନା ସଂକ୍ରମିତ ହୋଇସାରିଛନ୍ତି । ଏଥିରୁ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୪୭ ହଜାର ୩୧ । ରାଜ୍ୟରେ ବର୍ତ୍ତମାନ ସକ୍ରିୟ ମାମଲା ସଂଖ୍ୟା ୨୭ ହଜାର ୨୧୬କୁ ବୃଦ୍ଧି ପାଇଛି ।

COVID-19