ଗଞ୍ଜାମ ଜିଲ୍ଲାରେ କେଉଁଠି କେବେ ଭୋଟ, ଆସନ୍ତୁ ନଜର ପକାଇବା | News Room Odisha

ଗଞ୍ଜାମ ଜିଲ୍ଲାରେ କେଉଁଠି କେବେ ଭୋଟ, ଆସନ୍ତୁ ନଜର ପକାଇବା

ଭୁବନେଶ୍ୱର-ପଞ୍ଚାୟତ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି । ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଗଂଜାମ ଜିଲ୍ଲାରେ ଫେବ୍ରୁଆରୀ 16 ତାରିଖରେ ସେରଗଡ଼, ହିଂଜିଳି, କୁକୁଡାଖଣ୍ଡି, ଦିଗପହଣ୍ଡି, ପୋଲସରାରେ ଭୋଟ ଗ୍ରହଣ ହେବ । ଫେବ୍ରୁଆରୀ 18 ତାରିଖରେ ସୋରଡା, ରଙ୍ଗେଇଲୁଣ୍ଡା, ସାନଖେମୁଣ୍ଡି, ବୁଗୁଡା, ଚିକିଟି ଓ ଫେବ୍ରୁଆରୀ 20 ତାରିଖରେ
ଧରାକୋଟ, ଛତ୍ରପୁର, ଗଂଜାମ, ପାତ୍ରପୁର, ବେଲଗୁଣ୍ଠାରେ ମତଦାନ ହେବ । ଫେବ୍ରୁଆରୀ 22 ତାରିଖ ଖଲ୍ଲିକୋଟ, ପୁରୁଷୋତ୍ତମପୁର, ଜଗନ୍ନାଥ ପ୍ରସାଦ, କବିସୂର୍ଯ୍ୟନଗରେ ହେବ ଭୋଟ ଗ୍ରହଣ । ଫେବ୍ରୁଆରୀ 24 ତାରିଖ ବେଗୁନିଆପଡ଼ା, ଆସିକା, ଭଞ୍ଜନଗରେ ଭୋଟ ନିଆଯିବ ।