ଛତ୍ରପୁର ନିର୍ବାଚନମଣ୍ଡଳୀର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ | News Room Odisha

ଛତ୍ରପୁର ନିର୍ବାଚନମଣ୍ଡଳୀର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନମଣ୍ଡଳୀର ବିଜେପି ଓ କଂଗ୍ରେସ ଦଳର ପଦାଧିକାରୀ ଓ ଶତାଧିକ କର୍ମୀ ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ବହୁ ସରପଞ୍ଚ , ୱାର୍ଡ଼ମେମ୍ବର , ବ୍ଲକ ସଭାପତି ଓ ଜିଲ୍ଲାପରିଷଦ ପ୍ରାର୍ଥୀ ସାମିଲ ଅଛନ୍ତି । ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ରହି ସମସ୍ତ କଂଗ୍ରେସ ଓ ବିଜେପି ନେତୃବୃନ୍ଦଙ୍କୁ ଦଳକୁ ସ୍ବାଗତ କରିଥିଲେ ।

ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବାକୁ ତଥା ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁ ସାଂଗଠନିକ ସମ୍ପାଦକ ଶ୍ରୀ ଦାସ ଆହ୍ବାନ ଦେଇଥିଲେ । ମିଶ୍ରଣ ପର୍ବରେ ବିଜେପି ଛତ୍ରପୁର ମଣ୍ଡଳର ପୂର୍ବତନ ସଭାପତି ବ୍ରଜମୋହନ ଆଚାର୍ଯ୍ୟ , ପୂର୍ବତନ ଗଞ୍ଜାମ ଜିଲ୍ଲା ସମ୍ପାଦକ ପି . ଧର୍ମ ରେଡ୍ଡୀ , ଗଞ୍ଜାମ ଜିଲ୍ଲା କୃଷକ ମୋର୍ଚ୍ଚାର ପୂର୍ବତନ ସାଧାରଣ ସମ୍ପାଦକ କେ . ମଗତା ପାତ୍ର , ପୂର୍ବତନ ବ୍ଲକ ସଭାପତି ତଥା ସରପଞ୍ଚ ଆର , ନରହରି ରେଡ୍ଡୀ , ଛତ୍ରପୁର ଜୋନ୍ ୧୯ର ପୂର୍ବତନ ଜିଲ୍ଲାପରିଷଦ ପ୍ରାର୍ଥୀ ଆର୍ . ନମିତା ରେଡ୍ଡୀ , କାନାମନା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ବିଜୟଲକ୍ଷ୍ମୀ ବେହେରା , ଟି . ବାବୁ ରାଓ , ପୂର୍ବତନ ବିଜେପି ମଣ୍ଡଳ ସଭାପତି ବାଦଲ କୁମାର ବେହେରା , କାନାମନାର ଗ୍ରାମପଞ୍ଚାୟତର ୱାର୍ଡ଼ମେମ୍ବର ଜି . ପୁଷ୍ପା ରେଡ୍ଡୀ , କାନାମନାର ଗ୍ରାମପଞ୍ଚାୟତର ପୂର୍ବତନ ୱାର୍ଡ଼ମେମ୍ବର ଏନ୍ . ଗଣେଶ ରେଡ୍ଡୀ , ବି . ବୈରାଗୀ , ମୁନା ପ୍ରଧାନ , କାନାମନାର ଗ୍ରାମପଞ୍ଚାୟତର ଫିରୋଜ କୁମାର ବେହେରା , ଏ . ରାଜେନ୍ଦ୍ର ରାଓ , ତ୍ରିଲୋଚନ ସେଠୀ , ସଞ୍ଜୟ ବେହେରା , ମନୋଜ କୁମାର ବେହେରା , ମୋହନ ପ୍ରଧାନ , ରବୀନ୍ଦ୍ର ପ୍ରଧାନ , ସତ୍ୟ ସାହୁ , ସୁଦର୍ଶନ ସ୍ଵାମୀ , ବଳରାମ ପ୍ରଧାନ , ଅଶ୍ବିନୀ ବେହେରା , ଜି . ବାସୁଦେବ ରାଓ , ସଞ୍ଜୀବ ରାଓ , ମାନସ ବେହେରା , ଈଶ୍ବର ସାହୁ , ହରି କୃଷ୍ଣ ମହାକୁଡ଼ , ଲବ ପ୍ରଧାନ , କୁଶ ପ୍ରଧାନ , ପି . ମୋହନ ରେଡ୍ଡୀ , ଦିଲି ପ୍ରଧାନ , ରାଜେନ୍ଦ୍ର ପ୍ରଧାନ , ପି . କଣ୍ଡେଷୁ ରେଡ୍ଡୀ , ଚତୁର୍ଭୂଜ ପ୍ରଧାନ , ସୋଇତା ପ୍ରଧାନ , ରାମଚନ୍ଦ୍ର ପ୍ରଧାନ , ଅଶୋକ ବେହେରା , କାଲିପାଲ୍ଲୀ ଗ୍ରାମପଞ୍ଚାୟତର ରଞ୍ଜନ ବେହେରା , ଭିକାରୀପାଲ୍ଲୀ ଗ୍ରାମପଞ୍ଚାୟତର ସନ୍ତୋଷ ରଥ ବିଜେଡ଼ିରେ ସାମିଲ୍ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାଶ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମଧ୍ୟ ଉପସ୍ଥିତ ଥିଲେ ।