ରାଜ୍ୟରେ ୯ ହଜାର ମୁହାଁ ଦୈନିକ କୋରୋନା ସଂକ୍ରମଣ, ଦିନକରେ ୮ ହଜାର ୭୭୮ ପଜିଟିଭ ଚିହ୍ନଟ | News Room Odisha

ରାଜ୍ୟରେ ୯ ହଜାର ମୁହାଁ ଦୈନିକ କୋରୋନା ସଂକ୍ରମଣ, ଦିନକରେ ୮ ହଜାର ୭୭୮ ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ୯ ହଜାର ମୁହଁ ହୋଇଛି ଦୈନିକ କୋରୋନା ସଂକ୍ରମଣ । ଦିନକ ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୮ ହଜାର ୭୭୮ କୋରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ଅଛନ୍ତି ୭୯୨ ଜଣ ଶିଶୁ ଓ କିଶୋର । ସଙ୍ଗରୋଧରୁ ୫ ହଜାର ୯୬ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୬୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨ ହଜାର ୬୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୧ ହଜାର ୨୫୨, କଟକରୁ ୭୬୬, ସମ୍ବଲପୁରରୁ ୫୯୬, ମୟୂରଭଞ୍ଜରୁ ୩୩୮, ବାଲେଶ୍ୱରରୁ ୨୩୧, ପୁରୀରୁ ୨୧୬, ବଲାଙ୍ଗିରରୁ ୨୧୬, ଝାରସୁଗୁଡାରୁ ୨୦୩, ଯାଜପୁରରୁ ୧୯୧, କୋରାପୁଟରୁ ୧୬୧, ବରଗଡରୁ ୧୩୬, ଜଗତସିଂହପୁରରୁ ୧୧୪, ନବରଙ୍ଗପୁରରୁ ୧୧୨, ଅନୁଗୁଳରୁ ୧୦୭, ଗଞ୍ଜାମରୁ ୧୦୬, ଭଦ୍ରକରୁ ୧୦୩, କେନ୍ଦୁଝରରୁ ୯୫, ସୋନପୁରରୁ ୮୭, କଳାହାଣ୍ଡିରୁ ୮୬, ଢେଙ୍କାନାଳରୁ ୭୮, ଗଜପତିରୁ ୭୨, ନୟାଗଡରୁ ୭୫, ନୂଆପଡାରୁ ୬୭, ରାୟଗଡାରୁ ୬୫, କେନ୍ଦ୍ରାପଡାରୁ ୪୬, ଦେବଗଡରୁ ୨୫, କନ୍ଧମାଳରୁ ୨୦, ବୌଦ୍ଧରୁ ୧୨, ମାଲକାନଗିରିରୁ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୫୭୫ଟି ମାମଲା ରିପୋର୍ଟ ହୋଇଛି ।

ରାଜ୍ୟରେ ଏ ଯାଏ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୯୧ ହଜାର ୫୪୭କୁ ବୃଦ୍ଧି ପାଇଥିବା ବେଳେ ୧୦ ଲକ୍ଷ ୪୭ ହଜାର ୭୮୩ ସୁସ୍ଥ ହୋଇଛନ୍ତି । ସକ୍ରିୟ ମାମଲା ୩୫ ହଜାର ୨୪୨ ରହିଛି ।