ଜାନୁଆରୀ – ଜାନୁଆରୀ ମାସ ଶେଷ ସୁଦ୍ଧା ରାଜ୍ୟରେ ଦ୍ୱିତୀୟ ଡୋଜ୍ ଟିକାକରଣ ସାରିବାକୁ ଲକ୍ଷ୍ୟ ରହିଛି । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ୯୬ ହଜାର ୬୮୪ ଜଣଙ୍କୁ ଏ ଯାଏଁ ପ୍ରିକସନ ଡୋଜ୍ ଦିଆଯାଇଛି । ଗତକାଲି ୪୬ ହଜାର ୧୦୯ ଜଣଙ୍କୁ ପ୍ରିକସନ ଡୋଜ୍ ଦିଆଯାଇଥିଲା । ରାଜ୍ୟର ୫ଟି ଜିଲ୍ଲାରେ ଟିକାକରଣ ମନ୍ଥର ରହିଛି । କଟକ, ଅନୁଗୁଳ, ମୟୂରଭଞ୍ଜ, ଗଜପତି ଓ ସୁନ୍ଦରଗଡରେ ଚିକାକରଣର ଗତି କମ୍ ରହିଛି ।