ରାଜ୍ୟରୁ ଆଉ ୧୦ ହଜାର ୨୭୨ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୩ ହଜାର ୪୬୯ ପଜିଟିଭ | News Room Odisha

ରାଜ୍ୟରୁ ଆଉ ୧୦ ହଜାର ୨୭୨ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୩ ହଜାର ୪୬୯ ପଜିଟିଭ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୧୦ ହଜାର ୨୭୩ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧ ହଜାର ୬୫ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୩୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ ହଜାର ୪୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ ୧ ହଜାର ୪୯, କଟକରୁ ୮୪୪, ସମ୍ବଲପୁରରୁ ୫୨୯, ବାଲେଶ୍ୱରରୁ ୪୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୩୪୦, ପୁରୀରୁ ୨୬୯, କଳାହାଣ୍ଡିରୁ ୨୦୩, ଝାରସୁଗୁଡାରୁ ୨୦୨, ବଲାଙ୍ଗିରରୁ ୧୯୧, କୋରାପୁଟରୁ ୧୮୬, ରାୟଗଡାରୁ ୧୮୩, ଯାଜପୁରରୁ ୧୪୩, ଜଗତସିଂହପୁରରୁ ୧୩୨, ସୋନପୁରରୁ ୧୩୨, ଗଜପତିରୁ ୧୨୬, ନବରଙ୍ଗପୁରରୁ ୧୨୫, ନୟାଗଡରୁ ୧୨୧, କେନ୍ଦୁଝରରୁ ୧୧୪, ବରଗଡରୁ ୧୦୨, ଭଦ୍ରକରୁ ୧୦୨, ଅନୁଗୁଳରୁ ୮୫, କେନ୍ଦ୍ରାପଡାରୁ ୭୪, ଢେଙ୍କାନାଳରୁ ୬୯, ଗଞ୍ଜାମରୁ ୫୫, ନୂଆପଡାରୁ ୪୫, ମାଲକାନଗିରିରୁ ୩୦, କନ୍ଧମାଳରୁ ୨୬,ବୌଦ୍ଧରୁ ୨୪, ଦେବଗଡରୁ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।